ଭୁବନେଶ୍ୱର, ମାର୍ଚ୍ଚ ୧୬(ଲୋକାଲ ୱାୟାର): ସୋମବାର ଥିଲା ଓଡ଼ିଶା ଲଳିତ ଏକାଡେମୀର ୬୧ତମ ପ୍ରତିଷ୍ଠା ଦିବସ ।
କିନ୍ତୁ କୋଭିଡ୍ କଟକଣା ଦୃଷ୍ଟିରୁ ଉତ୍ସବ ଆୟୋଜନ ହୋଇନଥିଲା । ଏକାଡେମୀ ସଦସ୍ୟଙ୍କ ଉପସ୍ଥିତିରେ ଦିବଂଗତ ଶିଳ୍ପୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନିରାଡମ୍ବରପୂର୍ଣ୍ଣ ଭାବରେ ପ୍ରତିଷ୍ଠା ଦିବସ ପାଳିଛି ଏକାଡେମୀ ।
କାର୍ଯ୍ୟକ୍ରମ ଆୟୋଜନ ଛୋଟ ହୋଇଥିଲେ ମଧ୍ୟ ବହୁତ ବଡ଼ କାର୍ଯ୍ୟ କରିଥିବା କହି ସମସ୍ତେ ଏକାଡେମୀର ପ୍ରଶଂସା କରିଛନ୍ତି ।
ଏହି ଦିବସ ଉପଲକ୍ଷେ ଏକାଡେମୀ ପକ୍ଷରୁ ରାଜ୍ୟର ବିଶିଷ୍ଟ ତଥା ଧର୍ମପଦ ପୁରସ୍କାର ପ୍ରାପ୍ତ ୧୭ଜଣ ଦିବଂଗତ ଶିଳ୍ପୀଙ୍କ ତୈଳଚିତ୍ର ଏକାଡେମୀ ପ୍ରବେଶ ପ୍ରକୋଷ୍ଠରେ ସ୍ଥାପନ କରାଯାଇଛି ।
ଏହାକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉଦଘାଟନ କରିଛନ୍ତି ।
ଅନ୍ୟତମ ଅତିଥି ଭାବେ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ନିଦେ୍ର୍ଦଶକ ରଞ୍ଜନ କୁମାର ଦାସ, ଯୁଗ୍ମ ଶାସନ ସଚିବ ମନସ୍ୱିନୀ ସାହୁ ଯୋଗଦେଇଥିଲେ ।
ଏକାଡେମୀ ସଭାପତି ପ୍ରସିଦ୍ଧ ବାଲୁକାଶିଳ୍ପୀ ପଦ୍ମଶ୍ରୀ ଡ. ସୁଦର୍ଶନ ପଟ୍ଟନାୟକ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିଲେ । ସଚିବ ଗଜେନ୍ଦ୍ର ପ୍ରସାଦ ସାହୁ ଧନ୍ୟବାଦ ଦେଇଥିଲେ ।
ଲୋକାଲ ୱାୟାର
Leave a Reply