ପୁରୀ, ଡିସେମ୍ବର ୨୧ (ଲୋକାଲ ୱାୟାର): ମହାପ୍ରଭୁଙ୍କ ଦିବା ପହୁଡ଼ ନୀତି ଥିବାରୁ ଶନିବାର ତିନି ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରଭୁଙ୍କ ଦ୍ୱିତୀୟ ଭୋଗ ମଣ୍ଡପ ବିଧି ସରିଲା ପରେ ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ତିନି ଘଣ୍ଟା ଲାଗି ସାଧାରଣ ଦର୍ଶନ ବନ୍ଦ ରହିବ ।
ଏହି ସମୟରେ ଦଇତାପତିମାନେ ପ୍ରଭୁଙ୍କ ଗୁପ୍ତ ନୀତି ସଂପନ୍ନ କରିବେ ବୋଲି କୁହାଯାଇଛି।
ଲୋକାଲ ୱାୟାର
Leave a Reply