ଭୁବନେଶ୍ୱର, ମାର୍ଚ୍ଚ ୯(ଲୋକାଲ ୱାୟାର): ରାସାୟନିକ ରଙ୍ଗ ପରିବର୍ତ୍ତେ ଜୈବିକ ହୋଲି ଖେଳିବାର ବାର୍ତ୍ତା ନେଇ ସୋମବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଭୁବନେଶ୍ୱରର ପଳାସପଲ୍ଲୀ ସ୍ଥିତ ଅନ୍ଧ, ମୂକ ଓ ବଧିର ସଙ୍ଗଠନର ଅନ୍ତବାସୀଙ୍କ ସହ ନିଆରା ହୋଲି ଖେଳିଛନ୍ତି ।
ଏହି ଅବସରରେ ଶ୍ରୀ ପଟ୍ଟନାୟକ ପିଲାମାନଙ୍କୁ ପବିତ୍ର ଦୋଳ ଓ ହୋଲିର ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ସେମାନଙ୍କୁ ମିଷ୍ଟାନ୍ନ ଖୁଆଇ ହୋଲିି ପାଳିଥିଲେ ।
ଏହି ହୋଲିରେ ସାମିଲ ହୋଇଥିଲେ ‘ଗାଁର ନା ଗାଲୁଆପୁର’ ଚଳଚ୍ଚିତ୍ରର ଅଭିନେତା ପପୁ ପମପମଙ୍କ ସହ ଅଭିନେତ୍ରୀ ମନୀଷାଧର ମହାପାତ୍ର, ନିର୍ଦ୍ଦେଶକ ଜିତୁ ମହାପାତ୍ର, ପ୍ରଯୋଜକ ସମପ୍ରୀତ ମହାପାତ୍ର, ଉପଦେଷ୍ଟା ସନ୍ତୋଷ ମହାପାତ୍ର ଏବଂ କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ।
ସମସ୍ତେ ଛୋଟ ଛୋଟ ପିଲାମାନଙ୍କ ସହ କିଛି ସମୟ ହୋଲି ଖେଳିବା ସହ କରୋନା ଭାଇରସ ସମ୍ପର୍କେରେ ମଧ୍ୟ ସଚେତନ କରାଇଥିଲେ ।
ରାସାୟନିକ ରଙ୍ଗ ପରିବର୍ତ୍ତେ ଜୈବିକ କିମ୍ବା ଫୁଲରେ ହୋଲି ଖେଳିବା ପାଇଁ ସେମାନେ ପରାମର୍ଶ ଦେଇଥିଲେ ।
ଯୁକ୍ତାମୁଖୀ ଚାରିଟେବଲ ଟ୍ରଷ୍ଟର ଅଧ୍ୟକ୍ଷା ଶ୍ରୀୟାସ୍ମିତା ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ନିଆରା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟେରେ କଂଗ୍ରେସ ନେତା ଶୁଭେନ୍ଦୁ ମହାନ୍ତି, ରଶ୍ମି ମହାପାତ୍ର, ମିଲି ପଣ୍ଡା, ଦିଲ୍ଲୀପ ପଣ୍ଡା, ସୁବ୍ରମ ମହାପାତ୍ର ପ୍ରମୁଖ ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ ।
ଲୋକାଲ ୱାୟାର
Leave a Reply