• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ଦିଲ୍ଲୀରେ ଆମର ବସ୍ ନାହାନ୍ତି, ଆମ ବସ୍ ଓଡ଼ିଶାବାସୀ: ନବୀନ

ଦିଲ୍ଲୀରେ ଆମର ବସ୍ ନାହାନ୍ତି, ଆମ ବସ୍ ଓଡ଼ିଶାବାସୀ: ନବୀନ

December 18, 2020 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୧୮(ଲୋକାଲ ୱାୟାର): ଦିଲ୍ଲୀରେ ଆମର କେହି ବସ୍ ନାହାନ୍ତି, ଓଡ଼ିଶାବାସୀ ହିଁ ଆମର ବସ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଯୁବ ବିଜେଡି କାର୍ଯ୍ୟକାରିଣୀକୁ ଉଦବୋଧନ ଦେଇ ଏହା କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଜାତୀୟ ଦଳର କାମ ନିର୍ବାଚନ ଜିତିବା, କ୍ଷମତା ଅଧିକାର କରିବା, କେନ୍ଦ୍ରରେ ସରକାର ଗଠନ କରିବା ଓ କେନ୍ଦ୍ରରେ ମନ୍ତ୍ରୀ ହୋଇ ବଡ଼ ପୋଷ୍ଟ ପାଇବା । ଜାତୀୟ ସ୍ୱାର୍ଥ ପାଇଁ ସେମାନେ ରାଜ୍ୟର ସ୍ୱାର୍ଥକୁ ଜଳାଞ୍ଜଳି ଦେଇଥାନ୍ତି ।

ମହାନଦୀ, ଓଡ଼ିଶୀ ସଙ୍ଗୀତ, ଆଦିିବାସୀ ସଂସ୍କୃତି, ସମ୍ବଲପୁର ହସ୍ତତନ୍ତ ଆମ ପାଇଁ ବିଶ୍ୱସ୍ତରୀୟ । ଜାତୀୟ ଦଳ ପାଇଁ ଏହାର ମୂଲ୍ୟ କିଛି ନାହିଁ । ଆମ ରାଜ୍ୟ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ । ଆମ ରାଜ୍ୟ ସ୍ୱତନ୍ତ୍ର । ଆମ ଜଗନ୍ନାଥ ସ୍ୱତନ୍ତ୍ର ।

ଆମ ମହାନଦୀ, ଆମ ରାଜ୍ୟ ଖଣିଜ ସମ୍ପଦରେ ଭରପୁର । ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ରହିଛି । ଓଡ଼ିଶାର ସୁରକ୍ଷା ପାଇଁ ପୂର୍ବ ପୁରୁଷ ବହୁ ତ୍ୟାଗ କରିଛନ୍ତି ।ଇତିହାସ କହହିଛି ଯେ ଜାତୀୟ ଦଳମାନେ ନିଜ ସ୍ୱାର୍ଥ ପାଇଁ ସବୁକିଛି ବୁଝାମଣା କରିଥାନ୍ତି ।

ଆମ ପାଇଁ ଆମ ଭାଷା, ଓଡ଼ିଶାୀ ହେଉଛି ସ୍ୱାଭିମାନ । ଜାତୀୟ ଦଳ ପାଇଁ ଏସବୁର ମାନେ କିଛି ନାହିଁ । ରାଜ୍ୟର କଂଗ୍ରେସ ଦିଲ୍ଲୀର ରିମୋଟ କେଣ୍ଟ୍ରୋଲ ଦ୍ୱାରା ଚାଲୁଥିଲା । ବିଜେପି ମଧ୍ୟ ଦିଲ୍ଲୀର ନିଦେ୍ର୍ଦଶରେ ଚାଲୁଛି ।

ବିଜେଡି ଏକମାତ୍ର ଆଞ୍ଚଳିକ ଦଳ ଯିଏ କି ଓଡ଼ିଶାର ସ୍ୱାର୍ଥ ପାଇଁ କାମ କରୁଛି । ମହାନଦୀ ପାଇଁ ଆମେ ଲଢ଼େଇ କରୁଛୁ । ସାନ୍ତାଳୀ ଓ ହୋ ଭାଷାକୁ ଜାତୀୟ ମାନ୍ୟତା ଦେବାକୁ ଆମେ ଲଢ଼େଇ କରୁଛୁ । ପ୍ରତ୍ୟେକ ବର୍ଷ ଆମେ ବହୁ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖିନ ହେଉଛୁ ।

ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ କରିବା ନେଇ ଉଭୟ ବିଜେପି ଓ କଂଗ୍ରେସ ସେମାନଙ୍କର ନିର୍ବାଚନ ଇସ୍ତାହାରରେ ରଖିଥିଲେ । କିନ୍ତୁ ନିର୍ବାଚନ ପେରେ ତାହାକୁ ଭୁଲିଗଲେ । କିନ୍ତୁ ବିଜେଡି ଏହି ଲଢ଼େଇ ଜାରି ରଖିବ । ଆମର ସଂକଳ୍ପ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ।

କେବଳ ଗୋଟିଏ ଆଞ୍ଚଳିକ ଦଳ ହିଁ ରାଜ୍ୟର ସ୍ୱାର୍ଥ ସମ୍ପର୍କରେ ଲଢ଼େଇ କରିପାରିବ ଓ ସ୍ୱତନ୍ତ୍ରତାକୁ ବଜାୟ ରଖିପାରିବ । ଓଡ଼ିଶାର ଖଣିଜ ସମ୍ପଦର ଲାଭ କିପରି ରାଜ୍ୟ ପାଇପାରିବ ସେଥିପାଇଁ ଉଦ୍ୟମ ଜାରି ରହିଛି । ଆଞ୍ଚଳିକ ଦଳ ହିଁ ଯୁବକଙ୍କ ସ୍ୱାର୍ଥ ପୂରଣ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା

Download LocalWire App for Hyperlocal  Odisha News any time anywhere

 

 

About LocalWire

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire