ଭୁବନେଶ୍ୱର, ଅଗଷ୍ଟ ୧୪(ଲୋକାଲ ୱାୟାର): ଓଡ଼ିଆ ସିନେ ଅଭିନେତା ତଥା ସମାଜସେବୀ ଭାବେ ବେଶ୍ ପରିଚିତ ଚନ୍ଦନ ମହାମାରୀ କରୋନା କାଳରେ ଗରିବ ଓ ଦୁଃସ୍ଥ କଳାକାର, ଟେକ୍ନିସିଆନମାନଙ୍କୁ ସହାୟତାର ହାତ ବଢ଼ାଇ ଆସିଛନ୍ତି ।
ପ୍ରଥମେ ପର୍ଯ୍ୟାୟକ୍ରମେ ବିଭିନ୍ନ କଳାକାର ଓ ଟେକ୍ନିସିଆନଙ୍କ ପାଖରେ ଶୁଖିଲା ଖାଦ୍ୟ ଓ ରାସନ୍ ସାମଗ୍ରୀ ପହଞ୍ଚାଇଲା ପରେ ଏବେ ସେହି କାମକୁ ଜାରି ରଖିଛନ୍ତି ।
ନିଜ ଦ୍ୱାରା ଯେତିକି ହୋଇପାରିବ ସେ ତାହା କରି ଚାଲିଛନ୍ତି । ସ୍ୱେଚ୍ଛାସେବୀ ସଙ୍ଗଠନ କର ଫାଉଣ୍ଡେସନର ଅଧ୍ୟକ୍ଷ ହିସାବରେ ସାମ୍ପ୍ରତିକ କୋଭିଡ୍ ସମୟରେ ଜୀବନ ନିର୍ବାହରେ ଅସୁବିଧାର ସମ୍ମୁଖୀନ ହେଉଥିବା ବସ୍ତିବାସିନ୍ଦା, ଦିନମଜୁରିଆ, ମାନସିକ ଅନଗ୍ରସର ପିଲା, ସଫେଇ କର୍ମଚାରୀଙ୍କୁ ରାସନ୍ ଦେଇଛନ୍ତି ।
ଚନ୍ଦନ ସମାଜସେବା ପାଇଁ ବହୁ ପୂର୍ବରୁ ଜନମାନସରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି ।
ଏହା ପୂର୍ବରୁ ସେ ବସ୍ତିର ପିଲାମାନଙ୍କ ପାଇଁ ଶିକ୍ଷା ଉପକରଣ ବଣ୍ଟନ କରିବା ସହିତ ମଝିରେ ମଝିରେ ସେମାନଙ୍କ ପାଖରେ ପହଞ୍ଚି ସେମାନଙ୍କ ସୁବିଧା, ଅସୁବିଧା ପଚାରି ବୁଝିଥାନ୍ତି ।
ନନ୍ଦନକାନନର କିଛି ପଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା, ବସ୍ତି ପିଲାଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟର ଯତ୍ନ ନେବା ଓ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟ ଚନ୍ଦନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ମଧ୍ୟରୁ ଅନ୍ୟତମ ।
ଲୋକାଲ ୱାୟାର
Leave a Reply