ଭୁବନେଶ୍ୱର, ଅକ୍ଟୋବର ୧୪(ଲୋକାଲ ୱାୟାର): ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଏବେ ଜାରି ଥିବା ଲଘୁଚାପ ବର୍ଷା ଦୁଇ ଦିନ ମଧ୍ୟରେ ହ୍ରାସ ପାଇବ ଏବଂ ବନ୍ୟା ଆଶଙ୍କା ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ କୁମାର ଜେନା କହିଛନ୍ତି ।
ସେ କହିଛନ୍ତି, ଗଞ୍ଜାମ ଜିଲ୍ଲାରେ ତିନୋଟି ବ୍ଲକରେ ୩ଶହ ମିିଲିମିଟରରୁ ଅଧିକ ବର୍ଷା ହୋଇଛି ।
୧୬ଟି ବ୍ଲକରେ ୧୦୦ ମି.ମି.ରୁ ଅଧିକ ବର୍ଷା ହୋଇଛି । ଗଜପତି ଜିଲ୍ଲାର ୭ଟି ବ୍ଲକରେ ୧୫୦ ମି.ମିରୁ ଅଧିକ ବର୍ଷା ହୋଇଛି ।
କବିସୂର୍ଯ୍ୟନଗରରେ ୩୨୮, ଆସ୍କାରେ ୩୦୭.୬,ପୁରୁଷୋତ୍ତମପୁରରେ ୩୦୬, ଖଲ୍ଲିକୋଟରେ ୨୫୨, ସାନଖେମୁଣ୍ଡିରେ ୨୬୫, ସେରଗଡ଼ରେ ୨୨୩, ମୋହନାରେ ୨୧୮ ମି.ମି. ବର୍ଷା ରେକର୍ଡ କରାଯାଇଛି ।
କୋରାପୁଟ ଜିଲ୍ଲାର ନାରାୟଣପାଟଣାରେ ୧୨୬.୮ ଏବଂ ନୟାଗଡ଼ ଜିଲ୍ଲାର ଦଶପଲ୍ଲାରେ ୧୦୫ ମି.ମି. ବର୍ଷା ହୋଇଛି ।
ତେବେ ଏହି ବର୍ଷା ଯୋଗୁ ଗଞ୍ଜାମ କିମ୍ବା ଗଜପତି ଜିଲ୍ଲାରେ ବନ୍ୟାର ଆଶଙ୍କା ନାହିଁ ବୋଲି ଶ୍ରୀ ଜେନା କହିଛନ୍ତି ।
ପରୁଷୋତ୍ତମପୁରରେ ଜଳସ୍ତର ବଢ଼ୁଥିଲେ ମଧ୍ୟ ବିପଦସଙ୍କେତ ଟପିବ ନାହିଁ ବୋଲି ଅନୁମାନ କରାଯାଉଥିବା ସେ କହିଛନ୍ତି ।
ଲୋକାଲ ୱାୟାର
Leave a Reply