ଭୁବନେଶ୍ୱର, ଡିସେମ୍ବର ୨୨(ଲୋକାଲ ୱାୟାର): ରାଜ୍ୟ ଜିଏସ୍ଟି ଏନ୍ଫୋର୍ସମେଣ୍ଟ ୱିଙ୍ଗ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପ୍ରାୟ ୨ଶହ କୋଟି ଟଙ୍କାର ଜିଏସଟି ଠକେଇର ପର୍ଦ୍ଦାଫାସ କରିବା ସହ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଦୁଇ ଜଣ ଫେରାର ଥିବା କଟକରେ ସାମ୍ବାଦିକ ସମ୍ମିଳନୀରେ ଜିଏସଟି କମିସନର୍ ସୁଶୀଲ କୁମାର ଲୋହାନି ପ୍ରକାଶ କରିଛନ୍ତି ।
ସେ କହିଛନ୍ତି, ଜିଏସଟି ଠକେଇରେ ଗିରଫ ତିନି ଅଭିଯୁକ୍ତ ହେଲେ ସ୍ମୃତିରଂଜନ ମହାନ୍ତି, ରାଜୀବ ମିଶ୍ର ଓ ସୌମ୍ୟରଂଜନ ମହାନ୍ତି ।
ଏମାନେ ପ୍ରାୟ ୨୦୦ କୋଟିର ଜାଲିଆତି କରି ଆନୁମାନିକ ୪୦ କୋଟି ୩୬ ଲକ୍ଷ ଟଙ୍କା ହଡ଼ପ କରିଛନ୍ତି ।
ସୌମ୍ୟ ଏବେ ଏଚଡିଏଫସି ଲାଇଫ୍ ଇନ୍ସୁ୍ୟରାନ୍ସରେ ସିନିୟର ବ୍ରାଞ୍ଚ ସର୍ଭିସ୍ ମ୍ୟାନେଜର ରହିଛନ୍ତି ।
ରାଉରକେଲା ସାମ୍ବାଦିକ ସଂଘର ସମ୍ପାଦକ ଶିବରାମ ପାତ୍ର ଓ ଅଙ୍କିତ ଅଗ୍ରୱାଲ୍ ଫେରାର ଅଛନ୍ତି ।
ନଭେମ୍ବର ମାସରେ ରାଜ୍ୟବ୍ୟାପି ଚଢ଼ଉ କରାଯିବାରୁ ପ୍ରାୟ ୧୦୦ ଜାଲ ଫାର୍ମର ତଥ୍ୟ ମିଳିଥିଲା ।
ରାଜ୍ୟରେ ଜାଲ୍ ବିଲ୍ ଜାରି କରି ପ୍ରାୟ ୪୭୦୦ କୋଟି ଟଙ୍କାର କିଣାବିକା କରିଥିବା ୧୬ ଠକ ବ୍ୟବସାୟୀ ଗିରଫ ହୋଇସାରିଲେଣି ।
ଲୋକାଲ ୱାୟାର
Leave a Reply