ଭୁବନେଶ୍ବର, ଡିସେମ୍ବର ୨୨(ଲୋକାଲ ୱାୟାର): ଦୁର୍ଘଟଣାର ଶିକାର ହୋଇ ରାସ୍ତାରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣେ ଯୁବକଙ୍କୁ ନିଜ ଗାଡିରେ ରବିବାର ହସ୍ପିଟାଲ ନେଇ ଚିକିତ୍ସା କରାଇଥିବାରୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗଙ୍କୁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିଛି।
ସୂଚନାନୁସାରେ ଜିଲ୍ଲାର ଶେରଗଡ ମାରୁଡି ଛକରେ ଏକ ମୋଟରସାଇକେଲ ଓ ଅଟୋରିକ୍ସା ମଧ୍ୟରେ ମୁହାଁମୁହିଁ ଧକ୍କା ଘଟିଥିଲା ।
ଏହି ଦୁର୍ଘଟଣାରେ ଜଣେ ଯୁବକ ଆହତ ହୋଇଥିଲେ ଓ ରାସ୍ତାରେ ରକ୍ତ ଜୁଡୁବୁଡ ଅବସ୍ଥାରେ ପଡିରହିଥିଲେ ।
ସେହି ସମୟରେ ଗଂଜାମ ଜିଲ୍ଲାପାଳ ଶେରଗଡରୁ ଏକ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ଏହି ଦୃଶ୍ୟ ଦେଖିଥିଲେ।
ନିଜ ଗାଡିରେ ଆହତ ବ୍ୟକ୍ତିଙ୍କୁ ହିଂଜିଳି ଠାରେ ଥିବା ଡାକ୍ତରଖାନାକୁ ଆଣି ଚିକିତ୍ସା କରାଇଥିଲେ।
ଶ୍ରୀ କୁଲାଙ୍ଗ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ବେଳେ ଏହି କାର୍ଯ୍ୟ ପାଇଁ ବିଭିନ୍ନ ମହଲରେ ତାଙ୍କୁ ପ୍ରଶଂସା କର ଯାଇଛି।
ଲୋକାଲ ୱାୟାର
Leave a Reply