ନୟାଗଡ଼, ଡିସେମ୍ବର ୧୦(ଲୋକାଲ ୱାୟାର): ଭାପୁର ନିକଟରେ ଗୁରୁବାର ଏକ ମାରୁତି ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯିବାରୁ ୨ଜଣଙ୍କର ମୃତୁ୍ୟ ହୋଇଥିବା ସ୍ଥାନୀୟ ପୁଲିସ କହିଛି ।
ତେବେ ଭ୍ୟାନ୍ ଧକ୍କାରେ ଏକ ବାଇକରେ ଥିବା ୨ ଜଣ ଗୁରୁତର ହୋଇ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
ପୁଲିସ ସୂତ୍ରରୁ ପ୍ରକାଶ, ପଲୁ୍ୟସନ ଟେଷ୍ଟିଂ କରୁଥିବା ଏବ ମାରୁତି ଭ୍ୟାନ୍ ଆଜି ଦ୍ରୁତ ଗତିରେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବାଇକକୁ ଧକ୍କା ଦେଇଥିଲା ।
ବାଇକରେ ବସିଥିବା ୩ ଜଣ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ପରେ ଖସିଯିବାକୁ ଚେଷ୍ଟା କରି ଭ୍ୟାନଟି ଦ୍ରୁତ ଗତିରେ ଯାଇ ମାଣିବନ୍ଧ ଛକ ନିକଟରେ ଏକ ଗଛ ସହ ଧକ୍କା ଖାଇ ଜଳି ଯାଇଥିଲା ।
ଭ୍ୟାନରେ ଥିବା ୨ ଜଣଙ୍କୁ ଗୁରୁବର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ମୃତ୍ୟୁ ହୋଇଯାଇଛି। ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।
ଲୋକାଲ ୱାୟାର
Leave a Reply