କଟକ, ଜୁନ ୧୬ (ଲୋକାଲ ୱାୟାର): କୋଲକାତାରେ ଜଣେ ରୋଗୀର ମୃତ୍ୟୁ ଘଟଣାକୁ କେନ୍ଦ୍ରକରି କେତେକ ଦୁର୍ବୁତ୍ତ ଡାକ୍ତରଙ୍କୁ ମାଡ ମାରିଥିବା ପ୍ରତିବାଦରେ ବାମପନ୍ଥୀ ବିଚାରଧାରାର ଏକ ଚତ୍ର ସଂଗଠନର ସଦସ୍ୟ ମାନେ କଟକରେ ବିକ୍ଷୋଭର ଆୟୋଜନ କରିଥିଲେ।
ଏଆଇଡିଏସଓ (ଅଲ୍ ଇଣ୍ଡିଆ ଡେମୋକ୍ରାଟିକ୍ ଷ୍ଟୁଡେଣ୍ଟସ ଅର୍ଗାନାଇଜେସନ) କଟକ ଜିଲ୍ଲା କମିଟି ପକ୍ଷରୁ କଲେଜଛକଠାରେ ଏହି ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା।
ଏଆଇଡିଏସଓ କଟକ ଜିଲ୍ଲା କମିଟି ଉପସଭାପତି ତରୁଣସେନ ନାୟକ, ସମ୍ପାଦକ ବିନୋଦ ସେଠୀ, ସମ୍ପାଦକମଣ୍ଡଳୀ ସଦସ୍ୟ ଶିବାନୀ ସାହୁ, ଶୁଭସ୍ମିତା ସାହୁ, ସଂଗଠକ ସରୋଜ ମାନସିଂ, ସିଦ୍ଧେଶ୍ୱର ଜେଠୀ ଏହି ବିକ୍ଷୋଭର ନେତୃତ୍ବ ନେଇଥିଲେ ।
ସୂଚନାଯୋଗ୍ୟ ଯେ, ଜୁନ୍ ୧୦ ତାରିଖ ମଧ୍ୟରାତ୍ରରେ ଜଣେ ୮୫ ବର୍ଷିୟ ରୋଗୀର ମୃତ୍ୟୁ ଘଟଣାକୁ କେନ୍ଦ୍ରକରି କୋଲକାତାରେ ଡାକ୍ତରଙ୍କୁ କେତେକ ଦୁର୍ବୁତ୍ତ ମାଡ ମାରିଥିଲେ।
ଏହି ଘଟଣାରେ ପଶ୍ଚିମବଙ୍ଗର ସମସ୍ତ ମେଡ଼ିକାଲ କଲେଜର ଡାକ୍ତର ଓ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
ସରକାର ଡାକ୍ତରଙ୍କ ଦାବି ଶୁଣିବା ପରିବର୍ତ୍ତେ ବିଭିନ୍ନ ଧମକ ଦେଇଥିବ ଅଭିଯୋଗ କରି ଡାକ୍ତର ମାନେ ଦେଶର ଅନ୍ୟ ରାଜ୍ୟ ମାନଙ୍କରେ ମଧ୍ୟ ଆନ୍ଦୋଳନ ଚଳାଇଛନ୍ତି।
ଲୋକାଲ ୱାୟାର
Leave a Reply