ଭବାନୀପାଟଣା, ଫେବୃଆରୀ ୧ (ଲୋକାଲ ୱାୟାର)କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକରେ ୮ଟି ପଞ୍ଚାୟତର ବାସିନ୍ଦା ଏବେ ବି ବିପଦଜନକ ଅବସ୍ଥାରେ ଦେଶୀ ଡଙ୍ଗା
ରେ ତେଲ ନଦୀରେ ଯିବା ଆସିବା କରୁଥିବା ଜଣେ ଗ୍ରାମବାସୀ ଶନିବାର କହିଛନ୍ତି ।
ଏହି ଯାତ୍ରା କରୁଥିବା ଅଧିକାଂଶ ଲୋକ ଗରିବ । ଅନ୍ୟ ରାସ୍ତା ଦେଇ ସଦରମହୁକୁମା ଭବାନୀପାଟଣାକୁ ଯିବାକୁ ହେଲେ ବଡଚେରଗାଁ, ଉଛୁଲା, ଚହାକା, ନୂଆଗାଁ ଆଦି ପଞ୍ଚାୟତର ଅଧିବାସୀଙ୍କୁ ୬୦ ରୁ ୮୦ କିଲୋମିଟର ଯିବାକୁ ପଡିଥାଏ ।
କିନ୍ତୁ ନଦୀ ରାସ୍ତା ଦେଇ ଗଲେ ସେମାନଙ୍କୁ ମାତ୍ର ୨୫ ରୁ ୩୦ କିଲୋମିଟର ପଡିଥାଏ ।
ଖରା ଓ ଶୀତ ଦିନରେ ଲୋକେ ଠିକ ଭାବରେ ଉକ୍ତ ଦେଶୀ ଡଙ୍ଗାରେ ନଦୀ ପାର ହେଉଥିବା ବେଳେ ବର୍ଷା ଦିନ ଆସିଲେ ଲୋକେ ଭଗବାନକୁ ଡାକି ନଦୀରେ ଯାତ୍ରା କରିଥାନ୍ତି ।
ଗୋଲାମୁଣ୍ଡା ବ୍ଳକ ଉକ୍ତ ଅଞ୍ଚଳର ବଡଚେରଗାଁ,ଉଛୁଲା,ଚହାକା,ନୂଆଗାଁ ପଞ୍ଚାୟତର ହଜାର ହଜାର ଜନସାଧାରଣ ସ୍ୱାସ୍ଥ୍ୟ ହେଉ ଅବା ନିତିଦିନିଆ ବ୍ୟବସାୟୀକ କାମ ପାଇଁ ଜିଲ୍ଲାର ସଦରମହୁକୁମା ଭବାନୀପାଟଣା ଉପରେ ନିର୍ଭର କରନ୍ତି ।
ଲୋକାଲ ୱାୟାର
Leave a Reply