ଭୁବନେଶ୍ୱର, ଜାନୁଆରୀ ୩୦(ଲୋକାଲ ୱାୟାର): ପ୍ରତିବର୍ଷ ପରି ଚଳିତ ବର୍ଷ ଫେବ୍ରୁଆରୀ ୧୬ ତାରିଖ ସରସ୍ୱତୀ ପୂଜା ଦିନ ୨ୟ ଅଜୟ ଉତ୍ସବ-୨୦୨୧ ମହାସମାରୋହରେ ପାଳିତ ହେବ ।
ସାହିତ୍ୟ ଓ ମନୋରଞ୍ଜନର ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବହୁ ପ୍ରତିଷ୍ଠିତ ସାହିତି୍ୟକ, ସଙ୍ଗୀତଜ୍ଞ ଓ ବୁଦ୍ଧିଜୀବୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
୨ୟ ଅଜୟ ଉତ୍ସବ-୨୦୨୧ ସାହିତ୍ୟ ସମ୍ମାନ ଗାଳ୍ପିକ ଗୌତମବୁଦ୍ଧ ଦାସ ଓ ନବୀନ ସମ୍ମାନ ରୀତାଞ୍ଜଳି ମହାରଣା ପାଇବେ ବୋଲି ଅଜୟ ଉତ୍ସବ ଟ୍ରଷ୍ଟର ଅଧ୍ୟକ୍ଷା ସାବିତ୍ରୀ ସାହୁ ଓ ସଭାପତି ଅଶୋକ ପୁହାଣ ବିବୃତିରେ ଜଣାଇଛନ୍ତି ।
ଲୋକାଲ ୱାୟାର
Leave a Reply