ଭୁବନେଶ୍ୱର, ଜାନୁଆରୀ ୧୭(ଲୋକାଲ ୱାୟାର): ବକେୟା ବିଜୁଳି ବିଲ୍ ପଇଠ କରିଥିବା ଗ୍ରାହକଙ୍କ ବିଜୁଳି ସଂଯୋଗ କାଟିବା ଅଭିଯାନର ଦ୍ୱିତୀୟ ଦିନରେ ଶୁକ୍ରବାର ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି ଅଫ୍ ଓଡ଼ିଶା (ସେସୁ) ୧,୯୫୬ଟି ପ୍ରତିଷ୍ଠାନର ବିଜୁଳି କାଟିଛି ।
ସେହିପରି ଚଢ଼ାଉ ବେଳେ ଶୁକ୍ରବାର ଗ୍ରାହକମାନେ ୪ କୋଟି ୭୬ ଲକ୍ଷ ଟଙ୍କା ବକେୟା ପଇଠ କରିଥିବା ସେସୁ ପକ୍ଷରୁ କୁହାଯାଇଛି ।
ଉଲ୍ଳେଖଯୋଗ୍ୟ, ଗୁରୁବାର ୧,୫୪୫ ଜଣ ଗ୍ରାହକଙ୍କ ବିଜୁଳି ସଂଯୋଗ ବିଚ୍ଛିନ୍ନ କରାଯାଇଥିବା ବେଳେ ୧୪ ହଜାର ଗ୍ରାହକ ୫ କୋଟି ୩୯ ଲକ୍ଷ ଟଙ୍କାର ବକେୟା ଦେୟ ପଇଠ କରିଥିଲେ ।
ଲୋକାଲ ୱାୟାର
Leave a Reply