ଭୁବନେଶ୍ୱର, ଡିସେମ୍ବର ୨୫(ଲୋକାଲ ୱାୟାର): ବିଡିଏ ସ୍ଥିତ ସାଇ ମନ୍ଦିର ପ୍ରାଙ୍ଗଣରେ ଯଶସ୍ୱୀ ଫିଲ୍ମସର ପ୍ରଥମ ଅବଦାନ ‘ନବ ମାସ’ର ଟାଇଟଲ୍ ଘୋଷଣା ସହିତ ମହୁରତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ମୌଳିକ କାହାଣୀକୁ ନେଇ ନିର୍ମିତ ଏହି ଦ୍ୱିଭାଷୀ ଚଳଚ୍ଚିତ୍ରର ଓଡ଼ିଆ ଏବଂ କନ୍ନଡ଼ ଭାଷାରେ ହେବ ।
ଏଥିରେ ନାୟକ ଭୂମିକାରେ ଅଭିନୟ କରୁଛନ୍ତି ଉଦୟନ ଅପରାଜିତ(ୟୁଡି) । ତାଙ୍କ ନାୟିକା ସାଜିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ପାଣିଗ୍ରାହୀ ।
ଅନ୍ୟାନ୍ୟ ଭୂମିକାରେ ଓଡ଼ିଆ ଏବଂ କନ୍ନଡ ଚଳଚ୍ଚିତ୍ର ଦୁନିଆର ଅନେକ ରଥୀ, ମହାରଥୀ ଅଭିନୟ କରିବେ ।
ଅଭିଜ୍ଞତା ସମ୍ପନ୍ନ ଅଭିନେତ୍ରୀ କୁନି ମିଶ୍ରଙ୍କୁ ସିନେମାରେ ଏକ ବିଶେଷ ଭୂମିକାରେ ଦେଖିବାକୁ ମିଳିବ । ଏହାର ନିଦେ୍ର୍ଦଶନା ଦେଉଛନ୍ତି ଏନଡି ଉଦୟ ।
ସଂଳାପ ରଚନା କରିଛନ୍ତି ସାଇ କେ ରାମୁ ଓ ଏନଡି ଉଦୟ । ସିନେମାଟୋଗ୍ରାଫିରେ ଶୁଭ ସଙ୍କେତ ମହାପାତ୍ର ଥିବା ବେଳେ ସଙ୍ଗୀତ ଦେଇଛନ୍ତି ଜିଜି ହାଷ୍ଟିଙ୍ଗସ୍ । ସିନେମାଟିରେ ଦୁଇଟି ରାଜ୍ୟର ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସ୍ଥାନିତ କରାଯିବ ।
ଚିରାଚରିତ ସିନେମାଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ ହେବ । ନୂଆବର୍ଷରୁ ଏହାର ସୁଟିଂ ଆରମ୍ଭ ହେବାକୁ ଯାଉଥିଲାବେଳେ ଓଡ଼ିଶାର କିଛି ବଛା ବଛା ସ୍ଥାନରେ ଏହାର ସୁଟିଂ ହେବ ।
ଲୋକାଲ ୱାୟାର
Leave a Reply