ଯାଜପୁର, ଏପ୍ରିଲ ୧୯ (ଲୋକାଲ ୱାୟାର) : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପାଟପୁର ଗ୍ରାମରେ ୪ଟି ବେଆଇନ ଇଟାଭାଟିକୁ ରବିବାର ବୁଲଡୋଜର ସାହାଯ୍ୟରେ ଭାଙ୍ଗି ଦିଆଯାଇଥିବା ତହସିଲଦାର ସରୋଜ କୁମାର ପଣ୍ଡା କହିଛନ୍ତି ।
ଏହି ଇଟାଭାଟିର ମାଲିକମାନେ ପ୍ରଦୂଷଣ ରୋକିବା ନିୟମକୁ ଉଲ୍ଲଂଘନ କରିବା ସହ ଲକ୍ ଡାଉନ୍ ନିୟମ ସମୟରେ ଶ୍ରମିକମାନଙ୍କ ପାଇଁ ଜାରି ହୋଇଥିବା ଗାଇଡ୍ଲାଇନ୍ ପାଳନ କରି ନ ଥିବା ସେ କହିଛନ୍ତି ।
ଆଗକୁ ମଧ୍ୟ ବେଆଇନ ଭାବେ ଚାଲିଥିବା ଇଟାଭାଟିଗୁଡ଼ିକୁ ଭଙ୍ଗାଯିବ ବୋଲି ତହସିଲଦାର କହିଛନ୍ତି ।
ଲୋକାଲ ୱାୟାର
Leave a Reply