• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ଧାନକୁ ଭିନ୍ନ ରୂପ ଦେଇ ଶିଳ୍ପୀ ପରିଚୟ ପାଇଛି ମୁଣ୍ଡା ସମ୍ପ୍ରଦାୟର ଗାଁ (ବିଶେଷ)

ଧାନକୁ ଭିନ୍ନ ରୂପ ଦେଇ ଶିଳ୍ପୀ ପରିଚୟ ପାଇଛି ମୁଣ୍ଡା ସମ୍ପ୍ରଦାୟର ଗାଁ (ବିଶେଷ)

December 13, 2019 By LocalWire Leave a Comment

ନବରଙ୍ଗପୁର, ଡିସେମ୍ବର ୧୩(ଲୋକାଲ ୱାୟାର): ସେମାନେ ଜନଜାତି ମୁଣ୍ଡା ସମ୍ପ୍ରଦାୟର ଲୋକ । ସରକାରୀ ଯୋଜନା କି ବିକାଶର ପରଶ ସେମାନଙ୍କ ପାଖରେ ପହଞ୍ଚି ବି ନ ପହଞ୍ଚିବା ଭଳି । ତଥାପି ସେମାନେ ନିରାଶ ହୋଇ ନାହାନ୍ତି ।

ନିଜସ୍ୱ ଶିଳ୍ପୀ ଚିନ୍ତାଧାରାରେ ଧାନକୁ ଏକ ନିଆରା ରୂପ ଦେଇ ଆଜି କେବଳ ଓଡ଼ିଶା ନୁହେଁ, ରାଜ୍ୟ ବାହାରେ ମଧ୍ୟ ସ୍ୱତନ୍ତ୍ର ପରିଚିତି ହାସଲ କରିବାରେ ସଫଳ ହୋଇଛନ୍ତି, ସମ୍ମାନିତ ବି ହୋଇଛନ୍ତି ।

ନବରଙ୍ଗପୁର ଜିଲ୍ଲା କୋଷାଗୁମଡ଼ା ବ୍ଲକର ଲିମଭଟ୍ଟା ଗ୍ରାମ । ଗାଁରେ ରହୁଛନ୍ତି ମୁଣ୍ଡା ସମ୍ପ୍ରଦାୟର ୧୨ଟି ପରିବାର । ଧାନରେ ସୁନ୍ଦର କାରୁକାର୍ଯ୍ୟ କରି ସେମାନେ ନିଜ ପରିଚୟ ସୃଷ୍ଟି କରିବା ସ୍ୱାବଲମ୍ବୀ ହୋଇପାରିଛନ୍ତି । ଏହା ସେମାନଙ୍କର ପାରମ୍ପରିକ କଳା ହୋଇ ନଥିଲେ ମଧ୍ୟ ତିନି ପିଢ଼ି ଧରି ଏହାକୁ ଆଦରିଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ପ୍ରେରଣାର ସ୍ରୋତ ପାଲଟିଛନ୍ତି ।

ବର୍ଷର ବାରମାସ ଗ୍ରାମର ପିଲାଛୁଆ ଠାରୁ ଆରମ୍ଭ କରି ମହିଳା ଓ ପୁରୁଷ ସମସ୍ତେ ଏହି କାମରେ ଲାଗିଛନ୍ତି । ସେମାନେ ପ୍ରଥମେ ଧାନକୁ ହଳଦୀ ପାଣିରେ ଧୋଇଥାନ୍ତି ।

ପରେ ବାଉଁଶ ପାତିଆ ଉପରେ ରଙ୍ଗବେରଙ୍ଗ ସୂତାରେ ତାକୁ ଗୁନ୍ଥିଥାନ୍ତି । ବାଉଁଶର ସୂକ୍ଷ୍ମ ପାତିଆରେ ଧାନକୁ ସୂତା ସହ ଗୁନ୍ଥିବା ପରେ ପାଣିରେ ବତୁରାଇଥାନ୍ତି ।

ଏହାପରେ ପାତିଆରେ ରଙ୍ଗବେରଙ୍ଗ ସୂତା ଯୋଡ଼ି ବିଭିନ୍ନ ମୂର୍ତ୍ତି ଓ ଅନ୍ୟାନ୍ୟ ସାଜସଜ୍ଜା ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି । ଗଣେଶ, ଜଗନ୍ନାଥ, ସରସ୍ୱତୀ, ବିଭିନ୍ନ ଚଢ଼େଇ, ସାଜସଜ୍ଜା ସାମଗ୍ରୀ, କାନଫୁଲ ଭଳି ଅଳଙ୍କାର ଏବଂ ଅନ୍ୟାନ୍ୟ ଆକର୍ଷଣୀୟ କଳାକୃତି ପ୍ରସ୍ତୁତ କରିଥାନ୍ତି ।

ବିଭିନ୍ନ ସମୟରେ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରୁ ବଡ଼ ବଡ଼ ଧାନର ସୁନ୍ଦର ସୁନ୍ଦର ମୂର୍ତ୍ତି କରିବାକୁ ବରାଦ ମଧ୍ୟ ମିଳିଥାଏ । ଏହି ଗ୍ରାମର ଶିଳ୍ପୀମାନଙ୍କ ଦ୍ୱାରା ନିର୍ମିତ ଜଗନ୍ନାଥଙ୍କ ଦଶଅବତାରର ଏକ ବଡ଼ ମୂର୍ତ୍ତି ଏବେ ବାଲୁଗାଁର ଏକ ସଂଗ୍ରହାଳୟରେ ସ୍ଥାନ ପାଇ ପ୍ରଶଂସିତ ହୋଇପାରିଛି ।

ମୁଣ୍ଡା ସମ୍ପ୍ରଦାୟର ଏହି ଲୋକଙ୍କ ହାତର ପରଶ ପାଇ ଧାନ ଯେମିତିକି ଜୀବନ୍ତ ହୋଇ ଉଠେ ବୋଲି କୁହନ୍ତି ଗ୍ରାମରୀ ଜଣେ ଶିଳ୍ପୀ ସଦାଶିବ ମୁଣ୍ଡା । ସେ କହିଛନ୍ତି, ଏହା ହିଁ ଗ୍ରାମର ସବୁ ପରିବାରଙ୍କ ପେଟପାଟଣା ।

ଏଥିରୁ ଯାହା ଦି’ ପଇସା ରୋଜଗାର ହୁଏ ସେଥିରେ ପରିବାର ଚଳେ । ଗ୍ରାମର କେତେକ ଯୁବକ ସରକାରଙ୍କ ଦ୍ୱାରା ହୋଇଥିବା ଧାନ କାରୁକାର୍ଯ୍ୟ କର୍ମଶାଳାରେ ପ୍ରଶିକ୍ଷଣ ନେଇଛନ୍ତି । କିନ୍ତୁ ସରକାରଙ୍କ ପକ୍ଷରୁ ଯେପରି ସହାୟତା କିମ୍ବା ପ୍ରୋତ୍ସ।।ହନ ମିଳିବା କଥା ତାହା ମିଳିପାରୁନି ବୋଲି ସେ କୁହନ୍ତି ।

ଗ୍ରାମର ଅନ୍ୟ ଜଣେ ପୁରୁଖା ବ୍ୟକ୍ତି କ୍ଷୋଭର ସହ କହିଛନ୍ତି, ବିଗତ ତିନି ଦଶନ୍ଧି ଧରି ୧୨ଟି ପରିବାର ଧାନ କାରୁକାର୍ଯ୍ୟ ଶିଳ୍ପକୁ ଆଦରିଛନ୍ତି । ପ୍ରତି ବର୍ଷ ରାଜ୍ୟର ବିଭିନ୍ନ ମେଳାକୁ ସେମାନେ ଏଠାରୁ ସାମଗ୍ରୀ ପଠାଉଛନ୍ତି ।

ଚଳିତ ବର୍ଷ କଟକ ବାଲିଯାତ୍ରାରେ ପ୍ରାୟ ଦେଢ଼ ଲକ୍ଷ ଟଙ୍କାର ସାମଗ୍ରୀ ବିକ୍ରି ହୋଇପାରିଛି । ସରକାର ପ୍ରଶଂସା କରୁଛନ୍ତି, ପ୍ରଶାସନ ଡାକି ସଭାସମିତିରେ ମାନପତ୍ର ଧରାଉଛି । କିନ୍ତୁ ସହାୟତା ମିଳିପାରୁନି । ବର୍ଷା ଦିନେ କାମ କରିବା କଷ୍ଟକର ହେଉଛି ।

ଭଙ୍ଗା ଦଦରା ଘରେ ସବୁ ପରିବାର ମୁଣ୍ଡ ଗୁଞ୍ଜିଛନ୍ତି । ସରକାର ଯଦି ଗ୍ରାମରେ ଏକ ଗୋଷ୍ଠୀ କେନ୍ଦ୍ର କିମ୍ବା ୱାର୍କସପ୍ ତିଆରି କରନ୍ତେ ତେବେ ଲୋକଙ୍କର ରୋଜଗାର ବୃଦ୍ଧିରେ ଏହା ସହାୟକ ହୁଅନ୍ତା ।

 

ରାଜ୍ୟ ସରକାର ଆଦିବାସୀ ଓ ଶିଳ୍ପୀମାନଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରୁଛନ୍ତି । କିନ୍ତୁ ରାଜ୍ୟରେ ଧାନ କାରୁକାର୍ଯ୍ୟର କାରିଗର ଅବହେଳିତ ହୋଇ ରହିଛନ୍ତି । ଯଦି ଏହି ଗ୍ରାମର ଲୋକଙ୍କୁ ସେସବୁ ଯୋଜନାର ଲାଭ ମିଳିପାରନ୍ତା ତେବେ ପରବର୍ତ୍ତୀ ପିଢ଼ି ମଧ୍ୟ ଏହି କାରୁକାର୍ଯ୍ୟକୁ ବଞ୍ଚାଇ ରଖନ୍ତେ ବୋଲି ସେ କହିଛନ୍ତି ।

ଲୋକାଲ ୱାୟାର

Filed Under: art and craft, Odia Tagged With: art and craft, ଓଡିଶା, ନବରଙ୍ଗପୁର

Download LocalWire App for Hyperlocal  Odisha News any time anywhere

 

 

About LocalWire

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକାଲ ୱାୟାର ନୂଆ ଡିଜାଇନ

ଲୋକପ୍ରିୟ

କୋଭିଡ-୧୯ ମହାମାରୀ ବିରୋଧରେ ଓଡିଶାର ଲଢେଇ: ଏକ ବିହଙ୍ଗାବଲୋକନ

କୋଭିଡ-୧୯ ନିୟନ୍ତ୍ରଣ ଓ ମୁକାବିଲାରେ ଦେଶର ଶୀର୍ଷ ଦୁଇଟି ରାଜ୍ୟ ମଧ୍ୟରେ ଥିବାରୁ କେନ୍ଦ୍ର ସରକାର ଓଡ଼ିଶାକୁ ପ୍ରଶଂସା କରିଛନ୍ତି ।

କୋଭିଡ-୧୯ ସଙ୍କଟକୁ ସଫଳ ଭାବେ ମୁକାବିଲା କରିଥିବା କେରଳ ଓ ଓଡ଼ିଶାକୁ ବିଶ୍ୱ ଅର୍ଥନୈତିକ ଫୋରମ ପ୍ରଶଂସା କରିଛି ।

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ଅଧିକ ବିଶେଷ ଖବର

Copyright © 2021 · LocalWire