• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ଧାନ ଅଭାବୀ ବିକ୍ରି ଯୋଗୁଁ ଚାଷୀ ଚିନ୍ତିତ

ଧାନ ଅଭାବୀ ବିକ୍ରି ଯୋଗୁଁ ଚାଷୀ ଚିନ୍ତିତ

December 9, 2020 By Ashis Senapati Leave a Comment

କେନ୍ଦ୍ରାପଡ଼ା, ଡିସେମ୍ବର ୯(ଲୋକାଲ ୱାୟାର): ସରକାର ଧାନ କିଣିବାରେ ବିଳମ୍ବ କରୁଥିବାରୁ କିଛି ମିଲର ଓ ଏଜେଂଟ କମ୍ ଦରରେ ଚାଷୀଙ୍କ ଠାରୁ ଧାନ କିଣି ନେଉଛନ୍ତି । ଫଳରେ କେନ୍ଦ୍ରାପଡ଼ା ଜିଲ୍ଲାର ଚାଷୀମାନେ କ୍ଷତି ସହୁଛନ୍ତି ।

ଓଡିଶା ରାଜ୍ୟ ଯୋଗାଣ ନିଗମ (ଓଏସସିଏସପି) ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ରାପଡ଼ା ଜିଲ୍ଲାର ଚାଷୀଙ୍କ ଠାରୁ ୮୦ ହଜାର ମେଟ୍ରିକ ଟନ ଧାନ କିଣିବେ ।

୧୧୮ଟି ପ୍ରାଥମିକ କୃଷି ସମବାୟ ସମିତି ଡିସେମ୍ବର ୨୮ରୁ ଧାନ କିଣି ଜିଲ୍ଲାର ୨୭ ମିଲରଙ୍କୁ ହସ୍ତାନ୍ତର କରିବେ । ମିଲର ଆମକୁ ଚାଉଳ ଦେବେ ।

ଏପର୍ଯ୍ୟନ୍ତ ମାତ୍ର ୪୧,୫୬୮ ଚାଷୀ ଧାନ ବିକିବା ପାଇଁ ପଞ୍ଜିକରଣ କରାଇଛନ୍ତି । ଅଭାବୀ ବିକ୍ରି ରୋକିବାକୁ ଉଦ୍ୟମ ହେଉଛି ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତ କହିଛନ୍ତି ।

ନଭେମ୍ବର ଶେଷ ସପ୍ତାହରୁ ଅମଳ ସରିଥିବା ବେଳେ ଡିସେମ୍ବର ୨୮ରୁ ଧାନ କିଣିବା ପାଇଁ ସରକାର ନେଇଥିବା ନିଷ୍ପତିକୁ ବହୁ ଚାଷୀ ସମାଲୋଚନା କରିଛନ୍ତି ।

ଧାନ ବିକ୍ରି ପାଇଁ ଡିସେମ୍ବର ୨୮ ଯାଏଁ ଅପେକ୍ଷା କରିବା ସମ୍ଭବପର ନୁହେଁ । ଗତ ସପ୍ତାହରେ ୪୫ ଶହ ଟଙ୍କାରେ ତିନି କ୍ୱିଂଟାଲ ଧାନ ବିକିଛି ।

ବ୍ୟବସାୟୀମାନେ ଗାଁରୁ ଧାନ କିଣି ନେଉଛନ୍ତି ବୋଲି କହିଛନ୍ତି ଜମ୍ବୁ ଗାଁର ଚାଷୀ ଅଶୋକ ମଣ୍ଡଳ ।

ଏ ବର୍ଷ ପ୍ରାୟ ୨୦ କ୍ୱିଣ୍ଟାଲ ଧାନ ଅମଳ କରିଥିଲି । ୧୦ କ୍ୱିଣ୍ଟାଲ ଧାନ ବିକ୍ରି ପାଇଁ ଖଳାରେ ରଖିଛି ବୋଲି ଗୋପାଇ ଗାଁର ନଗେନ୍ଦ୍ର ମଲ୍ଲିକ କହିଛନ୍ତି ।

କଜଳପାତିଆ, ଜମ୍ବୁ, ସୁନୀତି, କଂସାରବଡ଼ଦାଣ୍ଡୁଆ, ବତୀଘର, ବଡଟୁବି, ସାନଟୁବି ଓ ଅନ୍ୟ ନଦୀକୂଳିଆ ଗାଁକୁ ପୋଲ ନଥିବାରୁ ଡଙ୍ଗା ହିଁ ଭରସା ।

ବେଣକନ୍ଧ, ରାମନଗର ଓ ମହାକାଳପଡା ମଣ୍ଡିକୁ ଭଙ୍ଗାରୁଜା ଡଙ୍ଗାରେ ଓଜନିଆ ଧାନ ବସ୍ତା ଆଣିବା ଅପେକ୍ଷା ଗାଁକୁ ଆସୁଥିବା ବ୍ୟବସାୟୀଙ୍କୁ ବିକ୍ରି କରୁଛୁ ବୋଲି ବତୀଘର ଗାଁର ଚାଷୀ ହରିପଦ ଦାସ କହିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କେନ୍ଦ୍ରାପଡା

Download LocalWire App for Hyperlocal  Odisha News any time anywhere

 

 

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire