• Skip to primary navigation
  • Skip to main content
  • Skip to primary sidebar
  • About Us
  • Contact Us
  • Copyright
  • Privacy Policy
  • Our Advertisers
  • Careers
  • Wire-Events
  • Bhubaneswar

LocalWire

The hyper local news platform

  • Happenings
  • Special
    • Interview
  • Business
    • Tech
  • Education
  • Health
    • Travel
  • Politics
    • Election-2019
    • Opinion
  • Sports
  • Cyclone-Fani-2019
    • Weather
  • Odisha News in 30 seconds
ନଦୀ ମାନଙ୍କରେ ଜଳ ସ୍ତର ବିପଦ ସଂକେତ ତଳେ, ପର୍ଯ୍ୟାୟ କ୍ରମେ ବନ୍ଦ ହେବ ହୀରାକୁଦର ୧୦ଟି ଗେଟ

ନଦୀ ମାନଙ୍କରେ ଜଳ ସ୍ତର ବିପଦ ସଂକେତ ତଳେ, ପର୍ଯ୍ୟାୟ କ୍ରମେ ବନ୍ଦ ହେବ ହୀରାକୁଦର ୧୦ଟି ଗେଟ

August 16, 2019 By LocalWire Leave a Comment

Share

ଭୁବନେଶ୍ଵର ,ଅଗଷ୍ଟ ୧୬ (ଲୋକାଲ ୱାୟାର ) ଶୁକ୍ରବାର ସବୁ ନଦୀରେ ଜଳ ସ୍ତର ବିପଦ ସଂକେତ ତଳେ ଥିବା ତଥା ଅଧିକ ବର୍ଷାର ସମ୍ଭାବନା ନ ଥିବାରୁ ବନ୍ୟା ଜଳ ନିଷ୍କାସନ ପାଇଁ ଖୋଲା ଯାଇଥିବା ହୀରାକୁଦ ଡ୍ୟାମର ୨୦ ଟି ଗେଟରୁ ଦଶଟି ବନ୍ଦ କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

ଏବେ କୋଡିଏଟି ଗେଟ ଜରିଆରେ ଜଳ ନିଷ୍କାସନ ଜାରି ରହିଛି । ତେବେ ଦଶଟି ଗେଟ ପର୍ଯ୍ୟାୟ କ୍ରମେ ଆଜି ବନ୍ଦ କରାଯିବ ବୋଲି ବୁର୍ଲା ଠାରେ ଥିବା ଡେମ କଣ୍ଟ୍ରୋଲ ରୁମର ଜଣେ ଅଧିକାରୀ କହିଛନ୍ତି ।

ଗତ ଦୁଇ ସପ୍ତାହ ଧରି ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀ ସମେତ ବିଭିନ୍ନ ନଦୀର ଜଳ ସ୍ତର ବୃଦ୍ଧି ପାଇଥିଲା।

ଫଳରେ ବୁଧବାର ହୀରାକୁଦ ନଦୀବନ୍ଧର ଗୋଟିଏ ଗେଟ ଖୋଲାଯାଇଥିଲା। ଗୁରୁବାର ଖୋଲାଯାଇଥିବା ଗେଟ ସଂଖ୍ୟା ୨୦ରେ ପହଞ୍ଚିଥିଲା ।

ରାଜ୍ୟର ଏହି ସର୍ବବୃହତ ଜଳଭଣ୍ଡାରର ସର୍ବାଧିକ ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଗୁରୁବାର ଜଳସ୍ତର ୬୨୧ ଫୁଟ ଅତିକ୍ରମ କରିବାରୁ ନିଷ୍କାସନ ପାଇଁ ଏହି ଗେଟ ଗୁଡିକ ଖୋଲାଯାଇଥିଲା।

ଲୋକାଲ ୱାୟାର

Share

Related Posts:

  • ତୃତୀୟ ପର୍ଯ୍ୟାୟ ଭୋଟ : ୧୦ଟି ବୁଥରେ ହେବ ସାନି ମତଦାନ
  • ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି ପାଠ ପଢା, ବିପଦ ଆଶଙ୍କାରେ ଅଭିଭାବକ
  • ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳ ଜଳବନ୍ଦୀ, ଖୋଲିଲା…
  • ସମୁଦ୍ର ସ୍ତର ବଢ଼ୁଛି, ଉପକୂଳ ଓଡ଼ିଶା ବୁଡ଼ିଯିବ: ଆନ୍ତର୍ଜାତିକ ରିପୋର୍ଟ
  • ହୀରାକୁଦ ଜଳଭଣ୍ଡାରରେ ୨୦ଟି ଗେଟରେ ଜଳ ନିଷ୍କାସିତ ହେଉଥିବା…
  • ବଙ୍ଗୋପସାଗରରେ ଝଡ଼ ‘ଗଜ’, ଓଡ଼ିଶାକୁ ବିପଦ ନାହିଁ

Filed Under: Odia, ଘଟଣା Tagged With: ଓଡିଶା, ଘଟଣା, ଭୁବନେଶ୍ୱର

Download LocalWire App for Hyperlocal Odisha News any time anywhere

 

 

About LocalWire

Reader Interactions

Leave a Reply Cancel reply

Your email address will not be published. Required fields are marked *

Primary Sidebar

  • Email
  • Facebook
  • Instagram
  • Phone
  • Twitter
  • YouTube

Most Popular

ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

୨୦୦୦ ମସିହା ଡିସେମ୍ବର ୩ ତାରିଖ ଭିନ୍ନକ୍ଷମ ଦିବସରେ ତତ୍କାଳୀନ ନୂଆପଡ଼ା ଜିଲ୍ଲାପାଳ ବିଷ୍ଣୁପଦ ସେଠୀଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା ଏହି ବିଦ୍ୟାଳୟ।

ନୌସେନା ଦିବସ: ଜାଣନ୍ତୁ ଭାରତୀୟ ନୌସେନାର ଓଡିଶା ସଂଯୋଗ ସମ୍ପର୍କରେ ଦଶଟି ତଥ୍ୟ (ବିଶେଷ)

ଭାରତୀୟ ସଶସ୍ତ୍ର ସେନାର ନୌସେନା ବିଭାଗର ଉପଲବ୍ଧି ଭାରତରେ ପାଳନରେ ହେଉଥିବା ବେଳେ ଆସନ୍ତୁ ଜାଣିବା ନୌସେନା ପ୍ରତି ଓଡିଶାର ଅବଦାନ ସମ୍ପର୍କରେ ।

ଜଗନ୍ନାଥ ମନ୍ଦିର ହୁଣ୍ଡିରେ ମିଳିଥିବା ଦାନ

ଡିସେମ୍ବର ୦୫ , ଗୁରୁବାର
ଜଗନ୍ନାଥ ମନ୍ଦିର ହୁଣ୍ଡିରେ ମିଳିଥିବା ଦାନ
୧,୭୮,୫୫୭ ଟଙ୍କା
ରୂପା  ପ୍ରାୟ ୨ଗ୍ରାମ ୯୮୦ମିଲିଗ୍ରାମ
ସୌଜନ୍ୟ: ମନ୍ଦିର ପ୍ରଶାସନ

Advertisement

Copyright © 2019 · LocalWire