• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ନାଗରିକତା ସଂଶୋଧନ ବିଲକୁ ନେଇ ହିଂସାକାଣ୍ଡ, କେମିତି ଅଛନ୍ତି ଦିଲ୍ଲୀରେ ଓଡ଼ିଆ

ନାଗରିକତା ସଂଶୋଧନ ବିଲକୁ ନେଇ ହିଂସାକାଣ୍ଡ, କେମିତି ଅଛନ୍ତି ଦିଲ୍ଲୀରେ ଓଡ଼ିଆ

December 16, 2019 By LocalWire Leave a Comment

ଭୁବନେଶ୍ବର, ଡିସେମ୍ବର ୧୬ (ଲୋକାଲ ୱାୟାର): ଭାରତୀୟ ନାଗରିକତା ସଂଶୋଧନ ବିଲକୁ ନେଇ ଦିଲ୍ଲୀରେ ହିଂସାକାଣ୍ଡ ଓ ଜଳାପୋଡ଼ା ଲାଗିରହିଥିବାବେଳେ ସେଠାରେ ରହୁଥିବା ଓଡ଼ିଆମାନେ ଆତଙ୍କିତ ଅବସ୍ଥାରେ ଥିବା ଜଣାପଡ଼ିଛି।

ଦିଲ୍ଲୀ ମହାନଗରୀର ଜାମିଆ ନଗର, ଓଖଲା, ମଥୁରା ରୋଡ, ଆଶ୍ରମ, ସୁଖଦେବ ବିହାର, ନ୍ୟୁ ଫ୍ରେଣ୍ଡସ୍ କଲୋନୀ, ଜସୋଲା ଓ ସରିତା ନଗର ଓ ଏହାର ଆଖପାଖ ଅଞ୍ଚଳରେ ଉତ୍ତେଜନା ଲାଗିରହିଥିବାରୁ ଏହି ଅଂଚଳରେ ରହୁଥିବା ଅନେକ ଓଡ଼ିଆ ସୋମବାର ଘରୁ ବାହାରିନାହାନ୍ତି।

ବସ୍ ଓ ଗାଡ଼ିମଟର ପୋଡ଼ି ସାଙ୍ଗକୁ ପ୍ରବଳ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ଦିଲ୍ଲୀ ମେଟ୍ରୋ ବିଭିନ୍ନ ଷ୍ଟେସନରେ ୧୬ଟି ଗେଟ୍ ବନ୍ଦ କରିଦେଇଛି।

ସେହିପରି ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ପୁଲିସ ବ୍ୟାରିକେଡ କରିଦେଇଥିବାରୁ ଗମନାଗମନରେ ସମସ୍ୟା ସୃଷ୍ଟି ହୋଇଛି।

ଏଥିସହିତ ପରିସ୍ଥିତିକୁ ଦେଖି ଦିଲ୍ଲା ସରକାର ଦକ୍ଷିଣ-ପୂର୍ବ ଦିଲ୍ଲୀର ସମସ୍ତ ସ୍କୁଲ ବନ୍ଦ ରଖିଛନ୍ତି।

“ଯଦିଓ ଆଜି ସକାଳୁ ସେଭଳି କୌଣସି ବଡ଼ଧରଣର ଉତ୍ତେଜନା ସୃଷ୍ଟି ହୋଇନାହିଁ। ତଥାପି ମୁଁ ମୋର ଲଜପତନଗରରେ ଥିବା ଅଫିସ୍ ଯାଇନାହିଁ। ମେଟ୍ରୋ ସେବା ସେତେଟା ପ୍ରଭାବିତ ହୋଇନାହିଁ। ତେବେ ଗତକାଲି ଅପରାହ୍ନରେ ଆମ ଇଲାକାରେ ହିଂସାକାଣ୍ଡ ଘଟିଥିବାରୁ ପରିବାରଲୋକ ଡରିଯାଇଥିଲେ,” ବୋଲି କହିଛନ୍ତି ଦିଲ୍ଲୀ ନ୍ୟୁ ଫ୍ରେଣ୍ଡସ୍ କଲୋନୀରେ ରହୁଥିବା ଓଡ଼ିଆ ବ୍ୟାଙ୍କର୍ ଅର୍ଦ୍ଧେନ୍ଦୁ ଦୀକ୍ଷିତ।

“ଗତକାଲି ସଂଧ୍ୟାରୁ ଓଡ଼ିଶାରେ ରହୁଥିବା ମୋର ଶତାଧିକ ଅନେକ ବଂଧୁ ଓ ସଂପର୍କୀୟ ମୋତେ ଏଠାକାର ପରିସ୍ଥିତି ସଂପର୍କରେ ପଚାରିବୁଝୁଛନ୍ତି।

ଓଡ଼ିଶାରେ ରହୁଥିବା ମୋର ପରିବାରଲୋକ ଓ ସାଙ୍ଗସାଥୀ ଚିନ୍ତିତ ରହିବା ସ୍ବାଭାବିକ। ମୁଁ ଏଠାକାର ସୁଖଦେବ ବିହାରରେ ରୁହେ ଓ ନାଗରିକତା ସଂଶୋଧନ ବିଲକୁ ନେଇ ଏହି ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।

ତେଣୁ ପରିସ୍ଥିତିକୁ ଓ ଘରଲୋକଙ୍କ ବାରଣକୁ ଦେଖି ଆଜି ମୁଁ ଅଫିସ୍ ଯାଇନାହିଁ,” ବୋଲି କହିଛନ୍ତି ଆଉ ଜଣେ ଓଡ଼ିଆ ଜ୍ଞାନରଂଜନ ଆଚାର୍ଯ୍ୟ।

“ସହରରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଦିଲ୍ଲୀ ପୁଲିସ ଚବିଶ ଘଣ୍ଟା କାମ କରୁଛି। ଧୀରେ ଧୀରେ ପରିସ୍ଥିତି ଶାନ୍ତ ହେଉଛି ଓ ମୋର ଆଶା, ଆହୁରି ଚବିଶ ଘଣ୍ଟା ଭିତରେ ସବୁକିଛି ଠିକ୍ ହୋଇଯିବ”, ବୋଲି ସରିତା ବିହାର ଅଞ୍ଚଳରେ ରହୁଥିବା ଆଉ ଜଣେ ଓଡ଼ିଆ କହିଛନ୍ତି।

ଲୋକାଲ ୱାୟାର

Filed Under: Odia, ଘଟଣା Tagged With: ଓଡିଶା, ଘଟଣା

Download LocalWire App for Hyperlocal  Odisha News any time anywhere

 

 

About LocalWire

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକାଲ ୱାୟାର ନୂଆ ଡିଜାଇନ

ଲୋକପ୍ରିୟ

କୋଭିଡ-୧୯ ମହାମାରୀ ବିରୋଧରେ ଓଡିଶାର ଲଢେଇ: ଏକ ବିହଙ୍ଗାବଲୋକନ

କୋଭିଡ-୧୯ ନିୟନ୍ତ୍ରଣ ଓ ମୁକାବିଲାରେ ଦେଶର ଶୀର୍ଷ ଦୁଇଟି ରାଜ୍ୟ ମଧ୍ୟରେ ଥିବାରୁ କେନ୍ଦ୍ର ସରକାର ଓଡ଼ିଶାକୁ ପ୍ରଶଂସା କରିଛନ୍ତି ।

କୋଭିଡ-୧୯ ସଙ୍କଟକୁ ସଫଳ ଭାବେ ମୁକାବିଲା କରିଥିବା କେରଳ ଓ ଓଡ଼ିଶାକୁ ବିଶ୍ୱ ଅର୍ଥନୈତିକ ଫୋରମ ପ୍ରଶଂସା କରିଛି ।

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ଅଧିକ ବିଶେଷ ଖବର

Copyright © 2021 · LocalWire