• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ନାଗରିକତା ସଂଶୋଧନ ବିଲ୍ କୁ ଲୋକସଭାରେ ବିଜେଡିର ସମର୍ଥନ

ନାଗରିକତା ସଂଶୋଧନ ବିଲ୍ କୁ ଲୋକସଭାରେ ବିଜେଡିର ସମର୍ଥନ

December 9, 2019 By LocalWire Leave a Comment

ନୂଆଦିଲ୍ଲୀ,ଡିସେମ୍ବର ୯(ଲୋକାଲ ୱାୟାର): ଲୋକସଭାରେ ସୋମବାର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଗତ କରିଥିବା ନାଗରିକତା (ସଂଶୋଧନ) ବିଲ୍ କୁ ବିଜୁ ଜନତା ଦଳ (ବିଜେଡି) ସମର୍ଥନ ଜଣାଇଥିବା ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ କହିଛନ୍ତି ।

ସେ କହିଛନ୍ତି, ବିଲ ସଂସଦୀୟ କମିଟିକୁ ଯିବା ପୂର୍ବରୁ ଏଥିରେ ତିନୋଟି ସଂଶୋଧନ ପାଇଁ ଦଳ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା ।

ଦୁଇଟିକୁ ଗ୍ରହଣ କରାଯାଇଛି । ବିଶେଷ କରି ଉତ୍ତର-ପୂର୍ବାଞ୍ଚଳରେ ଆଦିବାସୀଙ୍କ ସ୍ୱାର୍ଥରକ୍ଷା ନେଇ ବିଲରେ ବ୍ୟବସ୍ଥା କରିବାକୁ ଦଳ ପକ୍ଷରୁ ଦାବି ହୋଇଥିବା ସେ କହିଛନ୍ତି ।

ଲୋକସଭାରେ ଏହି ବିଲ୍ ନେଇ ଅନୁଷ୍ଠିତ ହୋଇଥିବା ଆଲୋଚନାରେ ଭାଗନେଇ ବିଜେଡି ଯାଜପୁର ସାଂସଦ ସର୍ମିଷ୍ଠା ସେଠୀ ଓଡ଼ିଆରେ ଭାଷଣ ଦେଇ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରଙ୍କ ଧର୍ମନିରପେକ୍ଷତା ଉପରେ ଦୃଢ଼ ବିଶ୍ୱାସ ରହିଛି ।

ଓଡ଼ିଶା ହେଉଛି ମହାପ୍ରଭୁ ଜଗନ୍ନାଥଙ୍କ ଓ ଭକ୍ତ ସାଲବେଗଙ୍କ ପ୍ରଦେଶ । ସବୁ ଧର୍ମଙ୍କ ମଧ୍ୟରେ ସବୁବେଳେ ସଦ୍ଭାବ ଓ ସୌହାର୍ଦ୍ଦ୍ୟ ରହିଆସିଛି । ନାଗରିକତା ସଂଶୋଧନ ବିଲ୍ ପ୍ରତି ବିଜେଡିର ସମର୍ଥନ ରହିଛି ।

ଯେଉଁ ସଂଖ୍ୟାଲଘୁ ଶ୍ରେଣୀର ଲୋକମାନେ ନିର୍ଯ୍ୟାତନାର ଶିକାର ହୋଇ ପାକିସ୍ତାନ, ବାଂଲାଦେଶ ଓ ଆଫ୍‌ଗାନିସ୍ତାନରୁ ଭାରତକୁ ଆସୁଛନ୍ତି ସେମାନଙ୍କୁ ନାଗରିକତା ପ୍ରଦାନ କରିବାର ଏହି ବିଲ୍‌ରେ ବ୍ୟବସ୍ଥା ରହିଛି ।

ବିଜେଡି ର ଏନେଇ କୌଣସି ଆପତ୍ତି ନାହିଁ । ତେବେ ଶ୍ରୀଲଙ୍କାକୁ ଏହି ଶ୍ରେଣୀରେ ସାମିଲ କରିବା ପାଇଁ ଉଲ୍ଲେଖ କରିଥିଲେ ।

ଏହି ପରିପ୍ରେକ୍ଷୀରେ ସେ ମଧ୍ୟ ଏନଆରସି ସମ୍ବନ୍ଧରେ ଉଲ୍ଲେଖ କରିଥିଲେ ।

ଏନଆରସି ନେଇ ସମଗ୍ର ଦେଶରେ ଅନେକ ଆଶଙ୍କା ରହିଛି । ତେଣୁ ଏନଆରସି କାର୍ଯ୍ୟକାରୀ କରିବା ପୂର୍ବରୁ ସମଗ୍ର ଦେଶରେ ବ୍ୟାପକ ଆଲୋଚନା ହେବା ଦରକାର ।

କେନ୍ଦ୍ର ସରକାର ତରବରିଆ ଭାବେ ଏହାକୁ ଲାଗୁ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ଠିକ୍ ହେବ ନାହିଁ ବୋଲି ସେ ଉଲ୍ଲେଖ କରିଥିଲେ ।

ଲୋକାଲ ୱାୟାର

Filed Under: Odia, ରାଜନୀତି Tagged With: ନୂଆଦିଲ୍ଲୀ, ଯାଜପୁର, ରାଜନୀତି

Download LocalWire App for Hyperlocal  Odisha News any time anywhere

 

 

About LocalWire

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକାଲ ୱାୟାର ନୂଆ ଡିଜାଇନ

ଲୋକପ୍ରିୟ

କୋଭିଡ-୧୯ ମହାମାରୀ ବିରୋଧରେ ଓଡିଶାର ଲଢେଇ: ଏକ ବିହଙ୍ଗାବଲୋକନ

କୋଭିଡ-୧୯ ନିୟନ୍ତ୍ରଣ ଓ ମୁକାବିଲାରେ ଦେଶର ଶୀର୍ଷ ଦୁଇଟି ରାଜ୍ୟ ମଧ୍ୟରେ ଥିବାରୁ କେନ୍ଦ୍ର ସରକାର ଓଡ଼ିଶାକୁ ପ୍ରଶଂସା କରିଛନ୍ତି ।

କୋଭିଡ-୧୯ ସଙ୍କଟକୁ ସଫଳ ଭାବେ ମୁକାବିଲା କରିଥିବା କେରଳ ଓ ଓଡ଼ିଶାକୁ ବିଶ୍ୱ ଅର୍ଥନୈତିକ ଫୋରମ ପ୍ରଶଂସା କରିଛି ।

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ଅଧିକ ବିଶେଷ ଖବର

Copyright © 2021 · LocalWire