ପୁରୀ, ନଭେମ୍ବର ୨୫ (ଲୋକାଲ ୱାୟାର) : ଆଜିଠାରୁ ପଞ୍ଚୁକ ବ୍ରତ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୭ ତାରିଖରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଜିଲ୍ଲା ବାହାର ଲୋକଙ୍କୁ ପୁରୀ ନ ଆସିବାକୁ ଜିଲ୍ଲା ପ୍ରଶାସନ ଅନୁରୋଧ କରିଛି ।
ଏହା ସହ ପ୍ରଶାସନ ସମସ୍ତ ପ୍ରବେଶ ପଥକୁ ବନ୍ଦ କରିଛି । ପଞ୍ଚୁକ ୬ ଦିନ ଶ୍ରୀ ନଅର ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ଗାଡି ଚଳାଚଳ ବନ୍ଦ ରଖାଯାଇଛି ।
କେବଳ ପୁରୀବାସୀ ପତିତପାବନ ଦର୍ଶନ କରିପାରିବେ । କିନ୍ତୁ ମନ୍ଦିର ପ୍ରବେଶ କରିପାରିବେ ନାହିଁ ।
ଶ୍ରଦ୍ଧାଳୁମାନେ ମରିଚକୋଟ ଛକରୁ ପାଦରେ ଚାଲି କାକୁଡ଼ିଖାଇ ଛକ ଦେଇ ବାହାରିବେ।
ନାଗାର୍ଜୁନ ବେଶ ଦିନ ଭକ୍ତଙ୍କୁ କିପରି ଶୃଙ୍ଖଳିତ ଭାବେ ମହାପ୍ରସାଦ ମିଳିପାରିବ ସେ ନେଇ ମଧ୍ୟ ବ୍ୟବସ୍ଥା ହୋଇଛି ।
ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଶ୍ରଦ୍ଧାଳୁଙ୍କୁ ଅବଢା ଯୋଗାଇ ଦିଆଯିବ ବୋଲି ପୁରୀ ଉପଜିଲ୍ଲାପାଳ କହିଛନ୍ତି ।
ଶ୍ରୀମନ୍ଦିରର ତିନି ଦ୍ୱାରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଲୋକାଲ ୱାୟାର
Leave a Reply