ଭୁବନେଶ୍ୱର,ସେପ୍ଟେମ୍ବର ୨୦(ଲୋକାଲ ୱାୟାର): ଓଡ଼ିଆ ଚଳଚ୍ଚିତ୍ର ଜଗତରେ ବର୍ଷୀୟାନ ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ ତଥା ନାଟ୍ୟକାର ବୀରକିଶୋର ମହାପାତ୍ରଙ୍କର ଦେହାନ୍ତ ହୋଇ ଯାଇଥିବା ତାଙ୍କ ପରିବାର ପକ୍ଷରୁ ରବିବାର କୁହାଯାଇଛି ।
ମୃତ୍ୟୁ ବେଳକୁ ଶ୍ରୀ ମହାପାତ୍ରଙ୍କୁ ୯୧ ବର୍ଷ ବୟସ ହୋଇଥିଲା ।
ସଫଳ ମଞ୍ଚ କଳାକାର ହୋଇଥିଲେ ମଧ ସେ ବୋର୍ଡ ଅଫ୍ ରେଭିନ୍ୟୁରେ ଚାକିରି କରିଥିଲେ ।
ପ୍ରଶାନ୍ତ ନନ୍ଦଙ୍କ ଚଳଚ୍ଚିତ୍ର ‘ବାପା’ ଓ ‘ଗୋଲାମ ଗିରି’ରେ ଅଭିନୟ କରି ସେ ପ୍ରଶଂସା ସାଉଁଟିଥିଲେ ।
ଦୂରଦର୍ଶନରେ ମଧ୍ୟ ସେ ନିୟମିତ ଅଭିନୟ ଜାରି ରଖିଥିଲେ ।
ଓଡ଼ିଆ ଚଳଚ୍ଚିତ୍ର ‘ମା ପରି କିଏ ହେବ’ର ସେ ପ୍ରଯୋଜନା କରିଥିଲେ ।
ତାଙ୍କ ରଚନା ମଧ୍ୟରେ ‘କଚେରୀ ଓ ଅନ୍ୟାନ୍ୟ ନାଟକ’ ପୁସ୍ତକ ପାଠକୀୟ ଆଦୃତି ହାସଲ କରିଥିଲା ।
ତାଙ୍କ ପରଲୋକ ଖବର ପାଇଁ କଟକ ମଧୁସୂଦନନଗରସ୍ଥିତ ବାସଭବନରେ ବହୁ ଲୋକ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
କଟକ ସତୀଚଉରା ଶ୍ମଶାନରେ ତାଙ୍କର ଅନ୍ତ୍ୟେଷ୍ଟି କରାଯାଇଛି ।
ଲୋକାଲ ୱାୟାର
Leave a Reply