କେନ୍ଦ୍ରାପଡ଼ା, ଡିସେମ୍ବର ୧୦(ଲୋକାଲ ୱାୟାର): ରାଜକନିକା ଥାନାଞ୍ଚଳରେ ବୁଧବାର ରାତିରେ ଜନୈକା ନାବାଳିକାକୁ ବଳାତ୍କାରୀ ଅଭିଯୋଗରେ ଗୁରୁବାର ଜଣେ ନାବାଳକକୁ ଗିରଫ କରାଯାଇଥିବା ସ୍ଥାନୀୟ ଆଇଆଇସି କହିଛନ୍ତି ।
ନାବଳିକାର ପିତାମାତା ଘରେ ନଥିବା ବେଳେ ନାବାଳକଟି ଏପରି କାଣ୍ଡ ଘଟାଇଛି ।
ନାବଳିକାଟିକୁ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାକରୁ କଟକ ଏସସିବି ମେଡିକାଲକୁ ନିଆଯାଇଛି ।
ଅଭିଯୁକ୍ତ ନାବାଳକକୁ ଜୁଭେନାଇଲ କୋର୍ଟରେ ହାଜର କରାଯାଇଥିଲା ।
ଜାମିନ ଆବେଦନ ରଦ୍ଦ ହୋଇଯିବାରୁ ତାକୁ ଅନୁଗୁଳର ସୁଧାର କାରାଗୃହକୁ ପଠାଇ ଦିଆଯାଇଛି ।
ଲୋକାଲ ୱାୟାର
Leave a Reply