ଭୁବନେଶ୍ୱର, ଡିସେମ୍ବର ୨୨ (ଲୋକାଲ ୱାୟାର) : ନୟାଗଡ ଯଦୁପୁରରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ମଙ୍ଗଳବାର ପ୍ରେସମିଟ୍ କରି ଅଧିକ ତଥ୍ୟ ଦେଇଛନ୍ତି ।
ଶ୍ରୀ ବୋଥ୍ରା କହିଛନ୍ତି, ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛି ସରୋଜ ସେଠୀ । ନାବାଳିକାର ଘରଠାରୁ ସରୋଜର ଘର ୨ଶହ ମିଟର ପାଖାପାଖିରେ ରହିଛି । ସରୋଜର ସାନ ଭଉଣୀ ସହ ନାବାଳିକାର ଭଲ ସମ୍ପର୍କ ଥିଲା ।
ସରୋଜ ଘରେ ଥିବା ଜାମୁ କୋଳି ଗଛକୁ କୋଳି ଖାଇବାକୁ ପିଲାମାନେ ଯାଇଥାନ୍ତି । ଘଟଣା ଦିନ ନାବାଳିକା ଏକା ଜାମୁକୋଳି ଖାଇବାକୁ ଯାଇଥିଲା ।
ସରୋଜର ବାପା ନ ଥିବାବେଳେ ମା’ ଓ ସାନ ଭଉଣୀ ଚାକିରି କରୁଛନ୍ତି । ବଡ ଭଉଣୀ ବାହା ହୋଇଛି । ସେଦିନ ତାଙ୍କ ମା’ ଓ ସାନ ଭଉଣୀ ଘରେ ନ ଥିଲେ ।
ସରୋଜ ନାବାଳିକାକୁ ଘର ଭିତରକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା। ନାବାଳିକା ଜଣକ ଏଥିରେ ବାଧା ଦେବାରୁ ସେ ତା ତଣ୍ଟି ଚିପି ଦେଇଥିଲା। ମୃତ୍ୟୁ ପରେ ନାବାଳିକାର ମୃତଦେହ ସାଥିରେ ଦୁଷ୍କର୍ମ କରିଥିଲା। ଅଶ୍ଳୀଳ ଫିଲ୍ମରେ ଏସବୁ ଦେଖି ସେ ଏଭଳି କରିଥିବା କହିଛି।
ମୃତଦେହ ସହ ଦୁଷ୍କର୍ମ ପରେ ସେ ଏକ ଝୋଟ ବସ୍ତାରେ ଶବ ପୂରାଇଥିଲା। ବସ୍ତାରେ ମୃତଦେହ ଓ ଫ୍ରକ୍ ପୂରାଇ ପୋଖରୀ ଭିତରକୁ ଫିଙ୍ଗି ଦେଇଥିଲା। ତେବେ ଝିଅଟି ପିନ୍ଧିଥିବା ଲେଗିଙ୍ଗସକୁ ସେ ନେବା ଭୁଲି ଯାଇଥିଲା। ପରେ ଲେଗିଙ୍ଗସକୁ ନେଇ ସେ ପୋଖରୀରେ ଫିଙ୍ଗିଥିବା କହିଛି।
ଫିଙ୍ଗିଥିବା ଲେଗିଙ୍ଗସକୁ ଉଦ୍ଧାର ପାଇଁ ପୋଖରୀ ଶୁଖାଯାଉଛି। ସରୋଜ ମୋବାଇଲରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଫିଲ୍ମ ରଖି ଦେଖୁଥିଲା। ପର୍ଣ୍ଣୋ ଫିଲ୍ମ ମୋବାଇଲ ଫୋଲ୍ଡରରେ ରଖି ଲକ୍ ପକାଇଥିଲା। ଘଟଣାର ପୂର୍ବଦିନ ୧୩ ରାତିରେ ରାତିସାରା ପର୍ଣ୍ଣୋ ଫିଲ୍ମ ଦେଖିଛି।
ହତ୍ୟା ବା ଦୁଷ୍କର୍ମ ପାଇଁ ପୂର୍ବ ପ୍ରସ୍ତୁତି ନଥିବା ସ୍ୱୀକାର କରିଛି ସରୋଜ।ରାତିସାରା ଫିଲ୍ମ ଦେଖିବା ପରେ ଝିଅଟି ଆସିବାରୁ, ଏଭଳି କରିଥିବା କହିଛି।
ଆଇ ୱିଟନେସ୍ ମିଳି ନଥିବାରୁ ଆମେ ବୈଜ୍ଞାନିକ ପ୍ରମାଣ ଏକାଠି କରୁଛୁ। ହାଇଦ୍ରାବାଦର ସିସିଏମବି ଓ ଦିଲ୍ଲୀର ଏନଆଇପିଜିଆର ସହ କଥା ହୋଇଛୁ। ତା ଘରୁ ବାହାରିଥିବା ଗଛଡାଳକୁ ଏନଆଇପିଜିଆରକୁ ପଠାଯିବ।
ପ୍ରଥମେ ପଲିଗ୍ରାଫ୍ ଟେଷ୍ଟ କରିବାକୁ ସରୋଜ ଅରାଜି ହୋଇଥିଲା । ଘଟଣା ପରେ ସରୋଜ ୨ ଜଣଙ୍କୁ ଏକଥା ଜଣାଇଥିଲା।
ସେଥିରୁ ଜଣଙ୍କ ସହ କଥା ବେଳେ ତାଙ୍କ ଭିଡିଓ ଏବଂ ଅଡିଓ ଅନ୍ ଥିଲା। ଆମକୁ ସେହି ଭିଡିଓ ଏବଂ ଅଡିଓ ବଡ଼ ପ୍ରମାଣ ଭାବେ ମିଳିପାରିବ। ମୃତଦେହ ନଷ୍ଟ ପାଇଁ କେମିକାଲ ବ୍ୟବହାର ହୋଇ ନଥିବା ରିପୋର୍ଟ ଆସିଛି।
ଅଭିଯୁକ୍ତକୁ ୩ ଦିନ ରିମାଣ୍ଡରେ ନିଆଯାଇଛି । ନୂଆ ତଥ୍ୟ ଆସିବ ଆମେ ଅବଗତ କରାଇବୁ ।
ଅଭିଯୁକ୍ତକୁ କେଉଁ ମାନେ ସାହାଯ୍ୟ କରୁଥିଲେ ତାହାର ତଦନ୍ତ ଜାରି ରହିଛି ବୋଲି ଏସଆଇଟି ମୁଖ୍ୟ କହିଛନ୍ତି ।
ଲୋକାଲ ୱାୟାର
Leave a Reply