କେନ୍ଦ୍ରାପଡ଼ା, ଫେବ୍ରୁଆରୀ ୩ (ଲୋକାଲ ୱାୟାର): ନାବାଳିକା ଅପହରଣ ଓ ଗଣବଳାକ୍ରାର ଘଟଣାରେ କେନ୍ଦ୍ରାପଡା ପୁଲିସ ଦୁଇ ଭାଇଙ୍କୁ ଗିରଫ କରିଛି ।
ଯୁକ୍ତ ଦୁଇ କଳା ପଢୁଥିବା ନାବାଳିକା ଛାତ୍ରୀଙ୍କୁ ଲିଟୁ ମଲ୍ଲିକ ଓ ତାଙ୍କ ସାନ ଭାଇ ପିଂଟୁ ମଲ୍ଲିକ ବିବାହର ପ୍ରଲୋଭନ ଦେଖାଇ ଜାନୁଆରୀ ୨୯ରେ ଅପହରଣ କରି ନେଇଥିଲେ ।
ଡେରାବିଶିରେ ନାବାଳିକାଙ୍କୁ ଏକ ଘରେ ପାଞ୍ଚ ଦିନ ଗଣବଳାକ୍ରାର କରାଯାଇଥିଲା । ପୀଡ଼ିତାଙ୍କ ମା ଜାନୁଆରୀ ୩୦ରେ ମହାକାଳପଡ଼ା ଥାନାରେ ଏଫଆଇଆର ଦେବା ସହ ଦୁଇ ଭାଇ ଅପହରଣ ଓ ଗଣବଳାକ୍ରାର କରିଥିବା ଅଭିଯୋଗ କରିଥିଲେ ।
ଏଫଆଇଆରକୁ ଭିତି କରି ପୁଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଥିଲା ।
ଜେରା ବେଳେ ଅଭିଯୁକ୍ତ ଦ୍ୱୟ ଅପହରଣ ଓ ବଳାକ୍ରାର ଅଭିଯୋଗକୁ ସ୍ୱୀକାର କରିଛନ୍ତି ।
କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପୀଡିତାଙ୍କ ଡାକ୍ତରୀ ମାଇନା ହୋଇଥିଲା ବୋଲି ମହାକାଳପଡା ଥାନା ଆଇଆଇସି ମନୋରଞ୍ଜନ ଚୌଧୁରୀ କହିଛନ୍ତି ।
ପୁଲିସ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୩୬୩, ୩୪୨, ୨୯୪, ୫୦୬, ୧୦୯, ୩୭୬(୨)(ଏନ) ଓ ପୋକ୍ସୋ ଆଇନର ଧାରା ୬ ଅନୁଯାୟୀ ମାମଲା ରୁଜୁ କରିଛି ।
ଉଭୟଙ୍କୁ ବୁଧବାର କୋର୍ଟରେ ହାଜର କରା ଯାଇଥିଲା । ଅଦାଲତ ସେମାନଙ୍କ ଜାମିନ ଆବେଦନ ନାମଞ୍ଜୁର କରି ଜେଲ ହାଜତକୁ ପଠାଇ ଦେଇଛନ୍ତି ।
ଲୋକାଲ ୱାୟାର
Leave a Reply