କେନ୍ଦୁଝର, ମାର୍ଚ୍ଚ ୪(ଲୋକାଲ ୱାୟାର): କେନ୍ଦୁଝର ଜିଲ୍ଲା ବଡ଼ବିଲ ଅଂଚଳରେ ଜଣେ ୭୦ ବର୍ଷ ବୟସ୍କ ବୃଦ୍ଧଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ହୋଇଥିବା ପୋଲିସ ବୁଧବାର କହିଛି ।
ମଙ୍ଗଳବାର ବ୍ୟକ୍ତି ଜଣକ ନିଜ ସର୍ମ୍ପକୀୟ ୧୪ ବର୍ଷୀୟ ନାତୁଣୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ଉକ୍ତ ବୃଦ୍ଧଙ୍କୁ ଧରିଥିବା ବେଳେ ପୋଲିସ ପହଂଚିବା ପୂର୍ବରୁ ସେ ସେଠାରୁ ଫେରାର ହୋଇଯାଇଥିଲେ ।
ଅଭିଯୋଗ ପାଇବା ପରେ ପୋଲିସ ସଂପୃକ୍ତ ବୃଦ୍ଧଙ୍କୁ ଗିରଫ କରିବା ପାଇଁ ଚଢାଉ ଜାର ରଖିଛି । ବୃଦ୍ଧ ଜଣକ ଜମାଦାର ମୁଣ୍ଡା ବୋଲି ଜଣାପଡ଼ିଛି ।
ନାବାଳିକାଙ୍କ ମାଆଙ୍କ ଠାରୁ ଅଭିଯୋଗ ପାଇବା ପରେ ବୁଧବାର ମାମଲା ରୁଜୁ କରାଯାଇଛି ବୋଲି ବଡ଼ବିଲ ଆଇଆଇସି ସୁଶାନ୍ତ ଦାଶ କହିଛନ୍ତି ।
ଲୋକାଲ ୱାୟାର
Leave a Reply