ଭୁବନେଶ୍ବର,ମାର୍ଚ୍ଚ ୦୫ (ଲୋକାଲ ୱାୟାର): ଭୁବନେଶ୍ବର କ୍ୟାପିଟାଲ ଥାନାରେ କାର୍ଯ୍ୟରତ ଜଣେ ହାବିଲଦାର ନିଜ ଝିଆରୀକୁ ଦୁଷ୍କର୍ମକରି ଗିରଫ ହୋଇଥିବା ଗୁରୁବାର ପୁଲିସ ସୂଚନା ଦେଇଛି ।
ଗିରଫ ହାବିଲଦାର ଜଣକ ହେଲେ ବିଜୟ ସେଠୀ ।
ବିଜୟ ତାଙ୍କ ପତ୍ନୀଙ୍କ ସହ ଖାରବେଳନଗର ରେ ରହୁଥିଲେ ଗତ ଅକ୍ଟୋବର ମାସରେ ତାଙ୍କର ସ୍ତ୍ରୀର ଦେହ ଖରାପ ହେବାରୁ ବିଜୟଙ୍କ ନାବାଳିକା ଝିଆରୀ ଆସି ତାଙ୍କ ଘରେ ରହୁଥିଲେ ସେହି ସୁଯୋଗରେ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରୁଥିଲେ । ବିଜୟ ନାବାଳିକା ଜଣକ ଗର୍ଭବତୀ ହୋଇଥିବା ଜାଣିବାପରେ ଗର୍ଭପାତ କରିବାକୁ ମଧ୍ୟ ଉଦ୍ୟମ କରୁଥିଲେ ।
ନାବାଳିକା ଜଣକ ତାଙ୍କ ଘରକୁ ଯିବାପରେ ତାଙ୍କ ଘରଲୋକଙ୍କୁ ଜଣାଇଥିଲେ । ହାବିଲଦାର ଘରେ ନକହିବା ପାଇଁ ମୋବାଇଲରେ ଧମକ ଚମକ ମଧ୍ୟ ଦେଇଥିଲେ ।
ଶେଷରେ ପରିବାର ଲୋକ ଥାନାରେ ଅଭିଯୋଗ ପରେ ସହିଦନଗର ପୁଲିସ ବିଜୟକୁ ଗିରଫ କରିଛି ।
ଲୋକାଲ ୱାୟାର
Leave a Reply