କେନ୍ଦ୍ରାପଡା, ଡିସେମ୍ବର ୨୨ (ଲୋକାଲ ୱାୟାର): କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲା ଦୌରାଜଜ ନାବାଳିକା ବଳାତ୍କାରୀକୁ ୧୦ ବର୍ଷ ଜେଲ ଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଓ ଅନାଦେୟେ ତିନି ମାସ ଅଧିକ ଜେଲ ଦଣ୍ଡ ନିଦେ୍ର୍ଦଶ ଦେଇଛନ୍ତି ।
ଏହି ଚର୍ଚ୍ଚିତ ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଦୌରା ଜଜ ଏମ.ଆର ଦୋରା ଭାରତୀୟ ପିଙ୍ଗଳ ଆଇନର ଧାରା ୩୭୬ (୨ଜି), ୩୨୩, ୩୫୪ ଏ, ୫୦୬ ଓ ପୋକ୍ସୋ ଆଇନର ଧାରା ୬ ଅନୁଯାୟୀ ଅଭିଯୁକ୍ତ ବଗୁଲି ବେହେରାକୁ ଦଣ୍ଡିତ କରିଛନ୍ତି ।
ଏପ୍ରିଲ ୭, ୨୦୧୬ରେ ଏହି ବଳାତ୍କାର ହୋଇଥିଲା । ପୀଡ଼ିତାଙ୍କ ବାପା ଏପ୍ରିଲ ୮ରେ ମାର୍ଶାଘାଇ ଥାନାରେ ଏ ସଂକ୍ରାନ୍ତରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା ।
ପୀଡ଼ିତା ଓ ୧୧ ସାକ୍ଷୀ ଅଦାଲତରେ ହାଜର ହୋଇ ପକ୍ଷ ରଖିଥିଲେ । ପୀଡ଼ିତା, ଅନ୍ୟମାନଙ୍କ ବୟାନ ଓ ଡାକ୍ତରୀ ରିପୋର୍ଟକୁ ଭିତ୍ତି କରି ଅଦାଲତ ଏହି ରାୟ ଶୁଣାଇଛନ୍ତି ବୋଲି ସହକାରୀ ପବ୍ଲିକ ପ୍ରସିକୁ୍ୟଟର ମନୋଜ ସାହୁ କହିଛନ୍ତି ।
ଲୋକାଲ ୱାୟାର
Leave a Reply