ପାରାଦୀପ, ଜାନୁଆରୀ ୧୮(ଲୋକାଲ ୱାୟାର): ଜଗତସିଂହପୁର ଜିଲ୍ଲାର ପାରାଦୀପ ଠାରେ ଜନୈକା ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ସିଆଇଏସଏଫର ଜଣେ କନଷ୍ଟେବଲ ଗିରଫ ହୋଇଥିବା ସ୍ଥାନୀୟ ପୁଲିସ ଶନିବାର ସୂଚନା ଦେଇଛି ।
ଆଇଓସିଏଲରେ ହେଡ କନଷ୍ଟେବଲ ଭାବେ ଅବସ୍ଥାପିତ ଥିବା ତାମିଲନାଡ଼ୁର ବାସିନ୍ଦା ଏମ.କାଣ୍ଡାସ୍ୱାମୀ ତାଙ୍କର ଜଣେ ସହକର୍ମୀଙ୍କ ସାଢ଼େ ୪ ବର୍ଷର ଝିଅକୁ ଚକୋଲେଟ ଦେବାକୁ ଡାକି ଏକାଧିକବାର ବଳାତ୍କାର କରିଥିବା ଅଭିଯୋଗ ହୋଇଛି ।
ଦୁଇ ଦିନ ତଳେ ଝିଅଟି ମା’ଙ୍କୁ ଏ ସମ୍ପର୍କରେ କହିବା ପରେ ଘଟଣା ପଦାକୁ ଆସିଥିଲା ଏବଂ ଅଭୟଚାନ୍ଦପୁର ଥାନାରେ ଏ ନେଇ ଅଭିଯୋଗ ହେବା ପରେ ମାମଲା ରୁଜୁ ହୋଇଥିଲା । ପୁଲିସ ଆଜି କାଣ୍ଡାସ୍ୱାମୀଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି ବୋଲି ଜଣେ ଅଧିକାରୀ କହିଛନ୍ତି ।
ଲୋକାଲ ୱାୟାର
Leave a Reply