କଟକ ଅକ୍ଟୋବର ୫ (ଲୋକାଲ ୱାୟାର): ଯାଜପୁର ଜିଲ୍ଲା ଧର୍ମଶାଳା ଥାନାଞ୍ଚଳରେ ୨୦୧୪ ମସିହାରେ ହୋଇଥିବା ଏକ ନାବାଳିକା ବଳାତ୍କାର ମାମଲାରେ କଟକ ପୋକସୋ କୋର୍ଟ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିବା ବରିଷ୍ଠ ଆଇନଜୀବୀ ସୋମବାର କହିଛନ୍ତି ।
୨୦୧୪ ମସିହା ମେ ମାସରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିର ଜଣେ ନାବାଳିକା ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ରାଣୀପଡ଼ା ଗ୍ରାମକୁ ସମ୍ପର୍କୀୟଙ୍କ ଘରକୁ ଯାଇଥିବା ବେଳେ ସେଠାରେ ଅଭିଯୁକ୍ତ କରୁଣାକର କାଣ୍ଡି ତାକୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା ।
ଏ ସମ୍ପର୍କରେ ନାବାଳିକାଙ୍କ ପରିବାର ପକ୍ଷରୁ ନିଶ୍ଚିନ୍ତ କୋଇଲି ଥାନାରେ ଏତଲା ଦିଆଯିବା ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା ।
ପୋକସୋ କୋର୍ଟରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଓ ୧୦ ଜହାର ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଛି ।
ଜରିମାନା ଅନାଦାୟରେ ୧ ବର୍ଷ ଜେଲ ଅଧିକ ଭୋଗିବାକୁ ପଡ଼ିବ ବୋଲି କହିଛନ୍ତି ସ୍ୱତନ୍ତ୍ର ପିପି ରମେଶ ଚନ୍ଦ୍ର ମହାନ୍ତି ।
ଲୋକାଲ ୱାୟାର
Leave a Reply