କଟକ, ଡିସେମ୍ବର ୨୧(ଲୋକାଲ ୱାୟାର): ନାମୀଦାମୀ ବ୍ରାଣ୍ଡର ପ୍ୟାକେଟରେ ବଜାରକୁ ଛଡ଼ାଯାଉଥିଲା ନକଲି ଘିଅ ।
ସୋମବାର କଟକ ସହରର ବାଦାମବାଡ଼ି ଥାନା ଅନ୍ତର୍ଗତ ପିଠାପୁରରେ ପୁଲିସ ଏକ ନକଲି ଘିଅ କାରଖାନା ଠାବ କରିବା ପରେ ଏହା ପଦାକୁ ଆସିଛି ।
ପିଠାପୁରସ୍ଥିତ ଏହି କାରଖାନାରୁ ପୁଲିସ ପ୍ରାୟ ୫୦ ଲକ୍ଷ ଟଙ୍କାର ଅପମିଶ୍ରିତ ଘିଅ, ବନସ୍ପତି, ରିଫାଇନ୍ ତେଲ ଇତ୍ୟାଦି ଜବତ କରିବା ସହ କାରଖାନା ମାଲିକ ବିଭୁତି ଭୂଷଣ ଲେଙ୍କାଙ୍କୁ ଅଟକ ରଖିଛି ।
ଆଜିର ଏହି ଚଢ଼ାଉରେ କଟକ ମହାନଗର ନିଗମ (ସିଏମସି)ର ଅଧିକାରୀମାନେ ମଧ୍ୟ ସାମିଲ ଥିଲେ ।
ଏଠାରେ ବିଭିନ୍ନ ରାସାୟନିକ ଦ୍ରବ୍ୟ ମିଶ୍ରଣ କରି ଦେଶୀ ଘିଅ ପ୍ରସ୍ତୁତ ହେଉଥିବା ଦେଖି ପୁଲିସ ଟିମ୍ ବିସ୍ମିତ ହୋଇଥିଲେ ।
ଆଠଟି ଘର ଭଡ଼ାରେ ନେଇ ସଂପୃକ୍ତ ବ୍ୟକ୍ତି ନକଲି ଜିନିଷ ତିଆରି କରୁଥିଲା ।
ଉଲ୍ଲେଖଯୋଗ୍ୟ, ବିଗତ ଏକ ମାସ ମଧ୍ୟରେ କଟକ ସହର, ଜଗତପୁର ଏବଂ ବୟାଳିଶମୌଜା ଅଞ୍ଚଳରେ ନକଲି ଘିଅ, ମସଲା, ସୋୟାବିନ୍ ଇତ୍ୟାଦିର କାରଖାନା ଠାବ ହୋଇ ଚାଲିଛି ।
ଲୋକାଲ ୱାୟାର
Leave a Reply