କଟକ, ଜାନୁଆରୀ ୮(ଲୋକାଲ ୱାୟାର): ରାଜ୍ୟରେ ବିଭିନ୍ନ ସ୍ଥାନରେ ଶିଶୁ ନିଖୋଜ ନେଇ ହୋଇଥିବା ମାମଲାକୁ ଗୁରୁତ୍ୱର ସହ ନେଇ ରାଜ୍ୟ ପୁଲିସ ଆସନ୍ତା ୧୮ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଶିଶୁ ମାନଙ୍କୁ ଖୋଜିବାକୁ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇବ ବୋଲି ଗୁରୁବାର ପୁଲିସ ଡିଜି ଅଭୟ ଭିଡିଓ କନଫରେନ୍ସିଂ ଜରିଆରେ ବରିଷ୍ଠ ଅଧିକାରୀମାନଙ୍କ ସହ ଏ ସମ୍ପର୍କରେ ସମୀକ୍ଷା ପରେ କହିଛନ୍ତି ।
ରାଜ୍ୟବ୍ୟାପୀ ଥାନା ୱାରୀ ନିଖୋଜ ପିଲାଙ୍କ ତାଲିକା କରାଯାଇ ଖୋଜାଯିବ ଏବଂ ଏହି ଅଭିଯାନକୁ ବ୍ୟାପକ କରିବାକୁ ଏସପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଲୋକାଲ ୱାୟାର
Leave a Reply