କୋରାପୁଟ, ନଭେମ୍ବର ୨୭(ଲୋକାଲ ୱାୟାର): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ଥାନାଞ୍ଚଳରେ ଶିଶୁ କନ୍ୟାକୁ ହତ୍ୟା କରିଥିବା ଅଭିଯୋଗରେ ବାପାକୁ ଗିରଫ କରାଯାଇଥିବା ସ୍ଥାନୀୟ ପୁଲିସ କହିଛି ।
ପଟ୍ଟାଙ୍ଗି ଥାନା କୋଟିଆ ପଞ୍ଚାୟତର ଟାଉପଦର ଗାଁର ବାଙ୍ଗାରୁ ପାଙ୍ଗିଙ୍କ ୬ ବର୍ଷର ଝିଅ ନିଶାରାଣୀ ନିଖୋଜ ଥିବା ନେଇ ଗତ ୨୪ ତାରିଖରେ ଥାନାରେ ନିଜେ ବାଙ୍ଗାରୁ ଅଭିଯୋଗ କରିଥିଲେ ।
ତେବେ ତାଙ୍କ କଥାରେ ପୁଲିସ ସନେ୍ଦହ କରିଥିଲା । ବାଙ୍ଗାରୁକୁ ଅଟକ ରଖି ଜେରା କରିବା ପରେ ଝିଅକୁ ସେ ହତ୍ୟା କରିଥିବା ମାନିଥିଲା ।
ପାଠ ପଢ଼ୁ ନଥିବାରୁ ସେ ବିରକ୍ତ ହୋଇ ଝିଅକୁ ଚାପୁଡ଼ା ମାରିଥିଲା ଏବଂ କିଛି ସମୟ ପରେ ତାର ମୃତ୍ଯୁ ହୋଇ ଯାଇଥିଲା ।
ଭୟରେ ସେ ମୃତଦେହକୁ ନେଇ ଗାଁ ଠାରୁ କିଛି ଦୂର ଭୈରବୀ ମନ୍ଦିର ନିକଟ ଏକ ଗଛ ତଳେ ପୋତି ଦେଇଥିବା ସ୍ୱୀକାର କରିଥିଲା ।
ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଉକ୍ତ ସ୍ଥାନରୁ ମାଟି ଖୋଳି ମୃତଦେହ ଉଦ୍ଧାର କରିଛନ୍ତି ।
ଲୋକାଲ ୱାୟାର
Leave a Reply