• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ନିୟନ୍ ସେଡର ରାଣୀ ମନିଷା, ଡିଜେ ଧୂନରେ କରୁଛନ୍ତି ମତୁଆଲା

ନିୟନ୍ ସେଡର ରାଣୀ ମନିଷା, ଡିଜେ ଧୂନରେ କରୁଛନ୍ତି ମତୁଆଲା

July 4, 2020 By Prativa Ghosh Leave a Comment

ଭୁବନେଶ୍ୱର, ଜୁଲାଇ ୪(ଲୋକାଲ ୱାୟାର): ଯାହାଙ୍କ ଡିଜେ ଧୂନରେ ମତୁଆଲା ହୁଅନ୍ତି ଯୁବପିଢ଼ି ।

ପାଦରେ ପାଦ ମିଶାଇ ନିଚନ୍ତି ବଳମ୍ବିତ ରାତି ଯାଏଁ । ସେ ରଙ୍ଗବତୀ ହେଉ କି …ସାଥୀ ଆଜି ମିଳିଗଲା…ଅଥବା ଏ ଫୁଲ କହଥରେ… ହେଉ କି ଦୋ ବୋତଲ୍ ଭୋଡକା… ।

ସବୁଥିରେ ଥାଏ କିଛି ନା କିଛି ସ୍ୱାତନ୍ତ୍ର‌୍ୟ ପୁରୁଣା ଗୀତରେ ରିମିକ୍ସର ଏହି ଛିଟା ସଙ୍ଗୀତ ପ୍ରେମୀଙ୍କୁ ଆଲୋଡ଼ିତ କରେ । ଆଉ ନେଇ ଯାଏ ଏକ ଅଜଣା ଦୁନିଆକୁ । ଶନିବାର ଓ ରବିବାର ହେଲେ ମନେ ପଡ଼ନ୍ତି ଏହି ସୁନ୍ଦରୀ ।

ଆଉ ମନେ ପଡ଼େ ତାଙ୍କ ଗୀତର ଧୂନ୍ । ସେ ହେଲେ ମନିଷା ମଲ୍ଲିକ ।

ଡିସ୍କ ଜକି ଦୁନିଆରେ ଏକ ଜଣାଶୁଣା ନାଁ ।

୨୭ ବର୍ଷୀୟ ମନିଷା ହେଉଛନ୍ତି ଓଡ଼ିଶାର ଏକମାତ୍ର ମହିଳା ଡିସ୍କ ଜକି ।

ପୁରା ନା ମନିଷା ମଲ୍ଲିକ୍ । ବୟସ ପାଖାପାଖି ୨୭ ହେବ । ଘର କଲିକତାରେ । ଆଉ ପାଠପଢ଼ା ବି ସେଇଠି ।

ବାପା ପ୍ରଦୀପ କୁମାର ବ୍ୟବସାୟୀ ହୋଇଥିବାରୁ ମନିଷା ଅନେକ ସମୟରେ ଓଡ଼ିଶା ଆସନ୍ତି ।

୨୦୦୯ ମସିହା କଥା । ଭୁବନେଶ୍ୱରରେ ଥିବା ନିଜ ସମ୍ପର୍କୀୟଙ୍କ ଘରକୁ ବୁଲି ଆସିଥାନ୍ତି ମନିଷା ।

ଜଣେ ବନ୍ଧୁଙ୍କ ସହଯୋଗରେ ଅଚାନକ ଭେଟ ହୁଏ ଡିଜେ ତୁଷାରଙ୍କ ସହ । ଅଳ୍ପ ସମୟର ଦେଖା କିନ୍ତୁ ଦୀର୍ଘ ଦିନର ବନ୍ଧୁତାକୁ ଡାକିଆଣେ । ଉଭୟେ ମିଶନ୍ତି ।

ଆଉ ଶେଷରେ ସଙ୍ଗୀତ ପ୍ରତି ଥିବା ଦୁର୍ବଳତା ପରସ୍ପରକୁ ଦିଏ ଏକ ନୂଆ ସମ୍ପର୍କ । ଉଭୟେ ୨୦୦୯ ସେପ୍ଟମ୍ବର ମାସରେ ବିହାହ କରନ୍ତି ।

ତା’ପରେ ବଦଳିଯାଏ ମନିଷାଙ୍କ ଜୀବନ । ବଦଳିଯାଏ ତାଙ୍କ ପରିବେଶ ।

ବସାଉଠା ହୁଏ ସ୍ୱାମୀ ଡିଜେ ତୁଷାରଙ୍କ ସହ ।

ବିଳମ୍ବିତ ରାତି ଯାଏଁ ସେ ସମୟ କଟାନ୍ତି ନାଇଟ୍ କ୍ଲବର ଗହଳି ଭିତରେ ।

ଧୀରେ ଧୀରେ ଭଲ ଲାରେ ଝାପସା ଆଲୁଅ ଭିତରେ ନାଲି, ନୀଳ, ନେଳିର ସେ ନିଅନ୍ ସେଡ । ଭଲ ଲାଗେ ଲାଉଡ ମ୍ୟୁଜିକ୍ ।

ଲୋକଙ୍କ ଗହଳି ଭିତରେ ଭୁଲି ହୋଇଯାଏ ଦୁଃଖ… ଅବସାଦ… ।

ଏହି ସମୟ ଟିକକୁ ବାନ୍ଧି ରଖିବାକୁ ଚାହୁଁଥିବା ମନିଷା ଦିନେ ନିଷ୍ପତ୍ତି ନେଲେ ଡିଜେ ହେବେ । ପରିଶ୍ରମ କଲେ । ୟୁ-ଟ୍ୟୁବର ସାହାଯ୍ୟ ନେଲେ ।

ନୟାପଲ୍ଲୀ ସ୍ଥିତ ଆରଡିଜେ ଶିକ୍ଷାନୁଷ୍ଠାନରେ ବିଧିବଦ୍ଧ ଭାବେ ନାଁ ଲେଖାଇଲେ ।

ଆଉ ଶିଖିଲେ ଡିସ୍କ ଜକି ହେବାର ସମସ୍ତ କଳା କୌଶଳ । ଏମିତି ନୁହେଁ ଯେ ମୂଳରୁ ସେ ସବୁ ଶିଖିଯାଇଥିଲେ, କି ତାଙ୍କ ମୁଣ୍ଡରେ ଲବ୍ଧ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ହାତ ଥିଲା । ଅନେକ ଝୁଣ୍ଟିଛନ୍ତି ।

ପୁଣି ଛିଡ଼ା ହୋଇ ଚାଲିବା ଶିଖିଛନ୍ତି ମନିଷା ।

ଡିସ୍କ ଜକି ଦୁନିଆରେ ନିଜକୁ ପରିଚିତ କରାଇବା ପାଇଁ ସ୍ୱାମୀ ତୁଷାରଙ୍କ ସହାୟତା ନେଇଛନ୍ତି ସତ ହେଲେ ଆଜି ଯେଉଁ ଟିକକ ନାଁ କମାଇଛନ୍ତି ତାହା ନିଜସ୍ୱ ଉଦ୍ୟମ ଓ ପରିବାର ଲୋକଙ୍କ ସହଯୋଗରେ ବୋଲି କହନ୍ତି ମନିଷା ।

୨୦୦୯ ମସିହାରୁ ହିଁ ମନିଷା ନିଜକୁ ଏହି ଏଣ୍ଟରଟେନମେଣ୍ଟ ବ୍ୟବସାୟ ସହ ଯୋଡ଼ି ରଖିପାରିଛନ୍ତି ।

ପ୍ରଥମେ ହୋଟେଲ ମେ ଫେୟାରରୁ କ୍ୟାରିୟର ଆରମ୍ଭ କରିଥିବା ମନିଷା ପରବର୍ତ୍ତୀ ସମୟରେ ହୋଟେଲ ଏଚଏଚଆଇରେ କାମ କରିବାର ସୁଯୋଗ ପାଇଥିଲେ ।

ଇତି ମଧ୍ୟରେ ସେ ୩୦୦ରୁ ଅଧିକ ସୋ’ କରି ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ।

ଭୁବନେଶ୍ୱର ବ୍ୟତୀତ ସେ କୋଲକାତା, ମୁମ୍ବାଇ, ହାଇଦ୍ରାବାଦ, ଦିଲ୍ଲୀ, ଭାଇଜାଗ୍ ଭଳି ବଡ଼ ବଡ଼ ସହରରେ ନିଜର କାର୍ଯ୍ୟକ୍ରମ କରି ସାରିଛନ୍ତି ।

ଏହାଛଡ଼ା ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟ, ପ୍ରାଇଭେଟ୍ ପାର୍ଟି ଓ କର୍ପୋରେଟ ହାଉସ୍ ଉତ୍ସବରେ ନିଜର କାର୍ଯ୍ୟକ୍ରମ କରିଛନ୍ତି ।

ବିଜ୍ଞାନରେ ସ୍ନାତକ ଡିଗ୍ରୀ ଧାରିଥିଲେ ମଧ୍ୟ ମନିଷା ସଙ୍ଗୀତ ପ୍ରତି ଦୁର୍ବଳ । ଏହି ଦୁର୍ବଳତା ତାଙ୍କର ପିଲାଟି ବେଳୁ ।

ସେ କହନ୍ତି ଯେତେବେଳେ ମୋତେ ୧୯ ବର୍ଷ ସେବେଠାରୁ ସଙ୍ଗୀତ ପ୍ରତି ମୋର ଏ ଦୁର୍ବଳତା ।

କଲିକତାରେ ୬ ବର୍ଷର ରହଣି ସମୟରେ ମୁଁ ଅନେକ ସଙ୍ଗୀତ କାର୍ଯ୍ୟକ୍ରମରେ ଯୋଗ ଦେଇଛି ।

ସେଠାରେ ସଙ୍ଗୀତ ପ୍ରତି ଲୋକଙ୍କ ପାଗଳାମୀକୁ ଅନୁଭବ କରିଛି । ସେଠାରେ ଥିବା ବ୍ୟାଣ୍ଡ ଗ୍ରୁପ୍ ପ୍ରତି ଲୋକଙ୍କ ଭଲପାଇବାକୁ ଦେଖିଛି ।

ସଙ୍ଗୀତ ପ୍ରତି ସବୁ ବର୍ଗର ଲୋକଙ୍କ ମନରେ ଥିବା ଭଲ ପାଇବା ହିଁ ମୋତେ ଜଣେ ଡିଜେ ହେବାକୁ ବାଟ କଢ଼ାଇଛି ବୋଲି କହି ହେବ ।

ଯଦିଓ ରାଜଧାନୀରେ ନାଇଟ କ୍ଲବର ମାର୍କେଟ ନାହିଁ ତଥାପି ଏହି ବୃତ୍ତିକୁ ଛାଡ଼ିନାହାନ୍ତି ମନିଷା ।

ସେ କହନ୍ତି ଭୁବନେଶ୍ୱରରେ ଲୋକେ ନାଇଟ ଲାଇଫ୍ ସହ ଏତେ ପରିଚିତ ନୁହନ୍ତି । ଏମାନେ ମଧ୍ୟ ଆମ ଟାର୍ଗେଟ ଦର୍ଶକ ନୁହନ୍ତି ।

ଜଣେ ମହିଳା ଜକି ଭାବେ ମୁମ୍ବାଇ, ପୁନେ ହେଉଛି ମୋର ମାର୍କେଟ ।

ତେବେ ରାଜଧାନୀ ମୁଁ ଛାଡ଼ିନି । କୌଣସି ପ୍ରାଇଭେଟ ପାଟି ଓ କର୍ପୋରେଟ ପାର୍ଟି ପାଇଁ ଡାକରା ଆସିଲେ ମୁଁ ଯାଏ ।

ଯଦିଓ ଏହା ଏକ ପୁରୁଷ କୈନ୍ଦ୍ରିକ ପେସା ତଥାପି ମୋ ଶ୍ୱଶୁର ଓ ଶାଶୂ ମୋତେ ଏଥିପାଇଁ କେବେ ବାରଣ କରିନାହାନ୍ତି ।

ଶ୍ୱଶୁର ହରେକୃଷ୍ଣ ମଲ୍ଲିକ ପୂର୍ବତନ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଜେନେରାଲ ମ୍ୟାନେଜର ଥିବା ବେଳେ ଶାଶୂ ସୌଦାମିନୀ ମଲ୍ଲିକ ଜଣେ ସୁଗୃହିଣୀ ।

ଉଭୟେ ପୁରୁଣା କାଳିଆ ଲୋକ ସତ, ତେବେ ସେମାନଙ୍କର ମାନସିକତା ଆଧୁନିକ ସମାଜର ମାନସିକତାଠାରୁ ଢେର ଉର୍ଦ୍ଧ୍ୱରେ ।

ମନିଷାଙ୍କ ନାଁ ଆଗରେ ‘ଡିସ୍କ ଡିଜେ’ର ଏହି ଟ୍ୟାଗ୍ ଲାଇନ୍ ଆଜି ତାଙ୍କୁ ସୋସିଆଲ୍ ମିଡିଆରେ ନୂଆ ପରିଚୟ ଦେଇ ପାରିଛି ।

ଏବେ ସୋସିଆଲ୍ ମିଡିଆରେ ମନିଷାଙ୍କ୧୦ ହଜାରରୁ ଅଧିକ ଫଲୋଅର ।

ଡିସ୍କ ଡିଜେକୁ ନେଇ କ୍ୟାରିୟର କରିଥିବା ମନିଷା ନୟାପଲ୍ଲୀ ସ୍ଥିତ ଆରଡିଜେର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ତାଙ୍କ ଭଳି ଶହ ଶହ ଡିସ୍କ ଡିଜେ ସୃଷ୍ଟି କରୁଛନ୍ତି ।

ଆଉ ତାଙ୍କ ଭଳି ଯୁବ ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟି ପାରିଛନ୍ତି ।

ଲୋକାଲ ୱାୟାର

Filed Under: Odia, Special, ବିଶେଷ Tagged With: Special, ଓଡିଶା, ବିଶେଷ

Download LocalWire App for Hyperlocal  Odisha News any time anywhere

 

 

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire