ଭୁବନେଶ୍ୱର, ଜାନୁଆରୀ ୨୮(ଲୋକାଲ ୱାୟାର): ନୂଆଦିଲ୍ଲୀର ରାଜପଥରେ ଜନରାଜ୍ୟ ଦିବସ ପରେଡରେ ଅଂଶ ଗ୍ରହଣ କରିଥିବା ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଦ୍ୱିତୀୟ ହୋଇ ପୁରସ୍କାର ହାସଲ କରିଛି ।
ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଓ ଲୋକସମ୍ପର୍କ ବିଭାଗ କମିଶନର ତଥା ଶାସନ ସଚିବ ସଞ୍ଜୟ କୁମାର ସିଂ ଏବଂ ପ୍ରଜ୍ଞାପନ ମେଢ଼ର ଡିଜାଇନ କରିଥିବା ଖ୍ୟାତନାମା ଶିଳ୍ପୀ ଗଜେନ୍ଦ୍ର ସାହୁ ମଙ୍ଗଳବାର ପୂର୍ବାହ୍ନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମିଳିତ ଭାବେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି ।
ଚଳିତ ବର୍ଷ ଓଡ଼ିଶାର ପ୍ରଜ୍ଞାପନ ମେଢ଼ରେ ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ଅଶୋକାଷ୍ଟମୀରେ ଅନୁଷ୍ଠିତ ହେଉଥିବା ରୁକୁଣା ରଥଯାତ୍ରା ସହ ଲିଙ୍ଗରାଜ ମନ୍ଦିର ଓ ମନ୍ଦିରମାଳିନୀ ଓଡ଼ିଶାର ସାଂସ୍କୃତିକ ପରମ୍ପରାର ଝଲକ ସ୍ଥାନ ପାଇଥିଲା ।
ଲୋକାଲ ୱାୟାର
Leave a Reply