ନୂଆଦିଲ୍ଲୀ, ଡିସେମ୍ବର ୧୫(ଲୋକାଲ ୱାୟାର): ରାଜଧାନୀ ଦଲ୍ଲୀରେ ଅନୁଷ୍ଠିତ ପ୍ରଥମ ଆନ୍ତର୍ଜାତିକ ଜଗନ୍ନାଥ ମହୋତ୍ସବରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାରକୁ ଅତିଥି ମାନେ ଗୁରୁତ୍ୱ ଦେଇଛନ୍ତି ।
ରାଜଧାନୀ ଦିଲ୍ଲୀର କଳିଙ୍ଗ ଭାରତୀ ଫାଉଣ୍ଡେସନ୍ ଦ୍ୱାରା ଗଠିତ ଶ୍ରୀ ଜଗନ୍ନାଥ ଚେତନା ସମନ୍ୱୟ ସମିତି ଦ୍ୱାରା ଡିସେମ୍ବର ୮ରେ ଆରମ୍ଭ ହୋଇଥିବା ଏହି ମହୋତ୍ସବକୁ ୬ ଦିନିଆ ମହୋତ୍ସବ ଶୁକ୍ରବାର ଶେଷ ହୋଇଥିବା ବେଳେ ପୁରୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଉଦଯାପନୀ ଉତ୍ସବରେ ଯୋଗ ଦେଇଥିଲେ ।
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଯୋଗଦେଇ ଜଗନ୍ନାଥ ସଂସ୍କୃତି ଉପରେ ଆଲୋକପାତ କରିଥିଲେ ।
ଉତ୍ସବରେ ମୁଖ୍ୟବକ୍ତା ଭାବେ ସ୍ୱାମୀ ମାଧବାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ସଚ୍ଚିଦାନନ୍ଦ ଦାସଜୀ ମହାରାଜ, ପରମହଂସ ପ୍ରଜ୍ଞାନନ୍ଦ ମହାରାଜ ପ୍ରମୁଖ ଯୋଗ ଦେଇଥିଲେ ।
ଭୁବନେଶ୍ୱରସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ଏବଂ ଆମେରିକାର ଡକ୍ଟର ଦାସ ଫାଉଣ୍ଡେସନ୍ ଉତ୍ସବରେ ସହଯୋଗ କରିଥିଲେ ।
ପ୍ରାୟ ୫୦ ହଜାରରୁ ଅଧିକ ଜଗନ୍ନାଥପ୍ରେମୀ ଭକ୍ତ ଏହି ଧାର୍ମିକ ସମାରୋହରେ ଯୋଗ ଦେଇଥିଲେ ।
କଳିଙ୍ଗ ଭାରତୀ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଏହି ସମାରୋହର ଆୟୋଜକ ଅକ୍ଷୟ କୁମାର ସାମଲ, ଜଗନ୍ନାଥ ସଂସ୍କୃତି ପରିଷଦର ସଭାପତି ଗୋପିନାଥ ମହାନ୍ତି, ଶ୍ରୀ ଜଗନ୍ନାଥ ମହୋତ୍ସବ ଆନ୍ତର୍ଜାତିକ ସଂଯୋଜକ ସଞ୍ଜୟ କୁମାର ଦାସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ଲୋକାଲ ୱାୟାର
Leave a Reply