ନୂଆପଡ଼ା, ସେପ୍ଟେମ୍ବର ୨୦ (ଲୋକାଲ ୱାୟାର) : ନୂଆପଡ଼ା ରେଞ୍ଜ ଟିପାଝରା ଗ୍ରାମରେ ଚଢାଉ କରି ବାଘ ଛାଲ, ବାଘମୁଣ୍ଡ, ବାରହା ମାଂସ, ବଜ୍ରକାପ୍ତା କାତି ଓ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି ବୋଲି ରବିବାର ବନ ବିଭାଗ କହିଛି ।
ବିଶେଷ ସୂତ୍ରରୁ ଖବର ପାଇ ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫଙ୍କ ସହ ନୂଆପଡା ଓ ଖରିଆର ରୋଡ ରେଞ୍ଜର କର୍ମଚାରୀମାନେ ଧରମବନ୍ଧା ଥାନା ଟିପାଝର ଗାଁର ଜଣକ ଘରେ ଶନିବାର ରାତି ଚଢାଉ କରିଥିଲେ ।
ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଶିକାରୀଙ୍କ ସଂଖ୍ୟା ଆଗକୁ ବଢିବାର ସମ୍ଭାବନା ରହିଛି ବୋଲି ଜଣେ ଅଧିକାରୀ କହିଛନ୍ତି ।
ବନ ବିଭାଗର କିଛି ଅଧିକାରୀ ଗାଁରେ ରହି ଘଟଣାର ତଦନ୍ତ ଚଳାଇଛନ୍ତି ।
ଲୋକାଲ ୱାୟାର
Leave a Reply