ଭୁବନେଶ୍ୱର, ଅଗଷ୍ଟ ୮ (ଲୋକାଲ ୱାୟାର) : କରୋନା ସଂକ୍ରମଣରେ ରୋକ୍ ଲଗାଇବା ପାଇଁ ଆଜି ଓ ଆସନ୍ତାକାଲି ନୂଆପଡ଼ା ଓ ଖରିଆର୍ ରୋଡ୍ ଏନଏସି ସଟଡାଉନରେ ରହିବ ବୋଲି ଜିଲ୍ଲାପାଳ ଟ୍ୱିଟ୍ କରି କହିଛନ୍ତି ।
ସଟ୍ଡାଉନ୍ କଟକଣାକୁ ସକାଳ ୭ଟାରୁ ଦିନ ୧୧ଟା ଯାଏଁ କୋହଳ କରାଯାଇଛି । ହେଲେ କଟକଣାରୁ ଜରୁରୀ ସେବାକୁ ବାଦ ଦିଆଯାଇଛି ।
ଏହି ଦୁଇ ଦିନିଆ ସଟଡାଉନ୍ କଟକଣାକୁ କଡ଼ାକଡ଼ି ପାଳନ କରିବା ସହ ଖିଲାପକାରୀଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ଉଲେଖଯୋଗ୍ୟ, ନୂଆପଡ଼ା ଜିଲ୍ଲାରୁ ଏ ପର୍ଯ୍ୟନ୍ତ ୧୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୭ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଲୋକାଲ ୱାୟାର
Leave a Reply