ଭୁବନେଶ୍ୱର, ଫେବ୍ରୁଆରୀ ୬(ଲୋକାଲ ୱାୟାର): ଓଲିଉଡରେ ନବାଗତ କଳାକାରମାନଙ୍କୁ ସୁଯୋଗ ଓ ନୂଆ ପୁରୁଣା କଳାକାରଙ୍କୁ ନେଇ ନିଜସ୍ୱ କଣ୍ଟେଣ୍ଟରେ ନୂଆ ଧାରାରେ ଶତପ୍ରତିଶତ ନୂଆ କାହାଣୀକୁ ନେଇ ଫିଲ୍ମ କରିବା ପାଇଁ ଯାଉଛି ସାଇନିଂ କି ଫିଲ୍ମସ୍ ।
ଏହାର ମୁଖ୍ୟ ପୱନ କୁମାରଙ୍କ କହିବା ଅନୁସାରେ ସଂସ୍ଥା ପ୍ରତିବର୍ଷ ଓଡ଼ିଆ ଯୁବକ, ଯୁବତୀଙ୍କୁ ନେଇ କ୍ୟାଲେଣ୍ଡର୍ ସୁଟ୍ କରିବ । ଯେଉଁଥିରୁ ଦକ୍ଷ କଳାକାରଙ୍କୁ ଉକ୍ତ ଫିଲ୍ମ ସଂସ୍ଥା ଦ୍ୱାରା ନିର୍ମିତ ଚଳଚ୍ଚିତ୍ରରେ ସୁଯୋଗ ମିଳିବ । ଅନୁଷ୍ଠାନର ଉପଦେଷ୍ଟା ବିଦ୍ୟାଧର ବାରିକ ଫିଲ୍ମ ପ୍ରଡକ୍ସନ୍ସ ସଂସ୍ଥାର ନାଁ ଘୋଷଣା କରିଛନ୍ତି ।
ଏହି ସମୟରେ ଓଲିଉଡର ବହୁ ନାମିଦାମୀ କଳାକାର ଉପସ୍ଥିତ ରହି ଶୁଭେଚ୍ଛା ଜଣାଇଥିଲେ । ଅଭିନେତା ଅମ୍ଲାନ, କ୍ରିଷ୍ଣା କର(କେକେ), ରବି କୁମାର, ଲିକୁନ୍ କୁମାର, ତପି ମିଶ୍ର, ଦୀପକ କୁମାର, ନିଦେ୍ର୍ଦଶକ ରାକେଶ ସାମଲ ପ୍ରମୁଖ ଯୋଗଦେଇ କ୍ଲାପ୍ ସହ ସଂସ୍ଥାର ଉଦଘାଟନ କରିଥିଲେ ।
ଲୋକାଲ ୱାୟାର
Leave a Reply