• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ନୃତ୍ୟ ଦିବସ ପାଇଁ ସ୍ୱତନ୍ତ୍ର ଆଲେଖ୍ୟ: ଓଡ଼ିଶୀ ବ୍ୟାକରଣରେ ପରିବର୍ତ୍ତନ ଗ୍ରହଣୀୟ କି?

ନୃତ୍ୟ ଦିବସ ପାଇଁ ସ୍ୱତନ୍ତ୍ର ଆଲେଖ୍ୟ: ଓଡ଼ିଶୀ ବ୍ୟାକରଣରେ ପରିବର୍ତ୍ତନ ଗ୍ରହଣୀୟ କି?

April 29, 2020 By Prativa Ghosh Leave a Comment

ଭୁବନେଶ୍ୱର, ଏପ୍ରିଲ ୨୯(ଲୋକାଲ ୱାୟାର): ଓଡ଼ିଶୀ । କେବଳ ଏକ ନୃତ୍ୟ ଧାରା ନୁହେଁ । ବରଂ ଓଡ଼ିଶାର ପରିଚୟ । ଏହି ଆବେଗରେ ପାଦରେ ବନ୍ଧା ହୋଇଥିବା ପ୍ରତିଟି ନୁପୂର କହେ ଐତିହ୍ୟର କାହାଣୀ ।

ବଖାଣେ ପ୍ରାଚୁର୍ଯ୍ୟ ଭରା ଓଡ଼ିଶାର ପରମ୍ପରା, ସଂସ୍କୃତି । ଆଖିର ମାଦକତା କହେ ଇତିହାସର ଗହନ କଥା । ଚାଲି, ଠାଣି ସବୁଥିରେ ବାରି ହୋଇପଡେ ଓଡ଼ିଆଙ୍କ ଆଚାର ବ୍ୟବହାର । ଏ ହେଉଛି ଓଡ଼ିଶୀ । ଭକ୍ତ ଓ ଭକ୍ତିର ନୃତ୍ୟ ।


ଭକ୍ତିର ଅର୍ଘ୍ୟ ଟିକେ ପାଇବା ପାଇଁ ଠାକୁର ଆସନ୍ତି ମନ୍ଦିର ବାହାରକୁ । ମଣ୍ଡପକୁ । କଥା କହନ୍ତି କୋଟି କୋଟି ଭକ୍ତଙ୍କ ଆବେଗ ସହ ।

ଯଦିଓ ଓଡ଼ିଶୀ ନୃତ୍ୟର ରୂପରେଖ ଚୂଡ଼ାନ୍ତ କରିଥିବା ପୁରୋଧାମାନଙ୍କ ଭିତରୁ ଆଜି ଆଉ କେହି ନାହାନ୍ତି । କିନ୍ତୁ ଓଡ଼ିଶୀ ନୃତ୍ୟ ସୀମା ସରହଦ ଡେଇଁ ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ।

ପିଢ଼ି ପରେ ପିଢ଼ି ନୃତ୍ୟଗୁରୁମାନେ ସୃଷ୍ଟି ହୋଇଛନ୍ତି । ଆଉ ନୂଆ ନୂଆ ନୃତ୍ୟାଙ୍ଗନାମାନଙ୍କୁ ସୃଷ୍ଟି କରି ଓଡ଼ିଶୀର ଏକ ନିରବଚ୍ଛିନ୍ନ ଧାରା ବଜାୟ ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ମନକୁ ପ୍ରଶ୍ନ ଆସେ ଯେ ଏଭଳି ସ୍ଥିତିରେ ଓଡ଼ିଶୀର ସ୍ଥିତି ଆଜି କ’ଣ? ଏହି ନୃତ୍ୟର ବାସ୍ତବିକ ଅଭିବୃଦ୍ଧି ହେଉଛି ତ?

ଓଡ଼ିଶାରେ ରହୁଥିବା ଆଗଧାଡ଼ିର ନୃତ୍ୟଗୁରୁମାନେ ଓଡ଼ିଶୀ ନୃତ୍ୟର ସ୍ଥିତି ସମ୍ପର୍କରେ ପଚାରିଲେ ସମାନ ଉତ୍ତର ରଖନ୍ତି । ଓଡ଼ିଶୀର ଶାସ୍ତ୍ରୀୟତାକୁ କ୍ଷୁଣ୍ଣ କରିବାକୁ ଦେବୁ ନାହିଁ । ହେଲେ ବାସ୍ତବିକ ଉତ୍ତର ବାବଦରେ ପଚାରିଲେ ସମସ୍ତେ ନିର୍ବିକାର… ।

ଓଡିଶୀର ଏହି ଭାବଧାରା ଆଜି ସମୟ ସହ ପରିବର୍ତ୍ତନ ହୋଇଛି । ବଦଳିଯାଇଛି ଏହାର ବ୍ୟାକରଣ । ଓଡିଶୀର ଏ ଝଡ଼ ଆରମ୍ଭ ହୋଇଥିଲା ରବୀନ୍ଦ୍ରମଣ୍ଡପ ପ୍ରେକ୍ଷାଳୟରୁ । ୨୦୦୫ ସେପ୍ଟେମ୍ବର ୧୦ ଓ ୧୧ ତାରିଖରେ ।

ଆଉ ବ୍ୟାପିଥିଲା ଦିଲ୍ଲୀ ଦରବାର ଯାଏଁ । ସେ ସମୟରେ ଏହି ବିବାଦ ବଡ଼ ବଡ଼ ହସ୍ତୀଙ୍କୁ ବିବାଦ ଭିତରକୁ ଟାଣି ଆଣିଥିଲା । ହେଲେ ବି ଥମିନଥିଲା ଚର୍ଚ୍ଚା । ସେତେବେଳେ ଆରମ୍ଭ ହୋଇଥିବା ଏ ଚର୍ଚ୍ଚା ଆଜି ବି ସମାଧାନର ଖିଅଟିଏ ପାଇପାରିନି ।

ବରଂ ଅଡୁଆ ସୂତାର ଗଣ୍ଠି ଭିତରେ ଘାଣ୍ଟିହୋଇ ଖାଲି ଏ ହାତରୁ ସେ ହାତକୁ ଯାଇଛି ସିନା ହେଲେ ବିବାଦ ତୁଟୁନି ।

ମାଲେସିଆରେ ଓଡ଼ିଶୀର ପ୍ରଚାର କରୁଥିବା ପଦ୍ମଶ୍ରୀ ଗୁରୁ ରାମଲୀ ଇବ୍ରାହିମ୍ ଏକ ସ୍ୱତନ୍ତ୍ର ନୃତ୍ୟ ପରିବେଷଣ ବେଳେ ପ୍ରଥମ କରି ମୁଣ୍ଡ ଟେକିଥିଲା ଏହି ବିବାଦ ।

ଯାହାର ଶୀର୍ଷକ ଥିଲା ‘ସ୍ପେଲ୍ ବାଉଣ୍ଡ’ । ଯେଉଁଥିରେ ତାଙ୍କ ନୃତ୍ୟାନୁଷ୍ଠାନର ନାରୀ ନୃତ୍ୟଶିଳ୍ପୀମାନେ ଅନାବୃତ୍ତ ନାଭିକୁ ଚିତ୍ରିତ କରିଥିଲେ ।

ଓଡ଼ିଶୀ ନୃତ୍ୟରେ ଏହି ବ୍ୟତିକ୍ରମକୁ ସହଜରେ ଗ୍ରହଣ କରି ପାରିନଥିଲେ ସଂସ୍କୃତି ପ୍ରେମୀ । ଏହାର ପ୍ରତିବାଦରେ ଏକାଠି ହୋଇଥିଲେ ବହୁ ନୃତ୍ୟଗୁରୁ, କଳା ସମୀକ୍ଷକ, ବୁଦ୍ଧିଜୀବୀ ଓ କଳା ସଙ୍ଗଠକ । ଅନେକ ଏହାର ପ୍ରତିବାଦରେ ରାଜରାସ୍ତାକୁ ବି ଓହ୍ଲାଇଥିଲେ ।

ତେବେ ଏ ବାବଦରେ ପ୍ରତିକ୍ରିୟା ରଖି ପଦ୍ମଶ୍ରୀ ଗୁରୁ ରାମଲୀ ଇବ୍ରାହିମ୍ ୨୦୦୫ ମସିହାରେ ପ୍ରକାଶିତ ‘ଏ ଷ୍ଟର୍ମ ଇନ୍ ଏ ଟି କପ୍’ ଶୀର୍ଷକ ସାକ୍ଷାତକାରରେ କହିଥିଲେ, ତାଙ୍କ ନୃତ୍ୟାନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ବ୍ୟବହାର କରାଯାଇଥିବା ପୋଷାକ ସମ୍ପୂର୍ଣ୍ଣ ଭାବେ ଦେବ ପ୍ରସାଦୀୟ ଶୈଳୀକୁ ଅନୁସରଣ କରାଯାଇ ପ୍ରସ୍ତୁତ କରାଯାଇଥିଲା ।

ଗୁରୁ ଦୁର୍ଗା ଚରଣ ରଣବୀର ଓ ଗୁରୁ ପଦ୍ମଶ୍ରୀ ରାମଲୀ ଇବ୍ରାହିମ୍ ଉଭୟ ଗୁରୁ ଦେବପ୍ରସାଦ ଦାସଙ୍କ ପ୍ରିୟ ଶିଷ୍ୟ ଥିଲେ ମଧ୍ୟ ଓଡ଼ିଶୀର ପରିବର୍ତ୍ତିତ ବ୍ୟାକରଣକୁ ନେଇ ଉଭୟଙ୍କ ମତ ଭିନ୍ନ ।

ଏ ବାବଦରେ ଗୁରୁ ଦୁର୍ଗା ଚରଣ ରଣବୀର କହନ୍ତି ବର୍ତ୍ତମାନ ଓଡ଼ିଶୀ ନୃତ୍ୟ ନାମରେ ଓ ମିଛ ପ୍ରଶଂସା ସାଉଁଟିବାର ଲୋଭରେ କିଛି ନୃତ୍ୟଶିଳ୍ପୀ ଓ ଗୁରୁ ଓଡ଼ିଶୀର ବୈଶିଷ୍ଟ୍ୟକୁ ନଷ୍ଟ କରି ଦେଇଛନ୍ତି ।

କେହି କେହି ନିଜର ପରିଧାନରେ ଓଡ଼ିଶୀର ଉପଯୋଗ ଭିନ୍ନ ଭାବେ କରୁଛନ୍ତି । ଯାହାକି ଓଡ଼ିଶୀର ମୌଳିକତାକୁ ନଷ୍ଟ କରୁଛି ।

ଓଡ଼ିଶୀ ନୃତ୍ୟ ପାଇଁ ଉଦ୍ଦିଷ୍ଟ ଗୀତରେ ଇଲେକ୍ଟ୍ରୋନିକ୍ସ ବାଦ୍ୟଯନ୍ତ୍ର ବ୍ୟବହାର କରାଯାଉଛି । ଓଡ଼ିଶୀ ନୃତ୍ୟର ବିଷୟବସ୍ତୁକୁ ମଧ୍ୟ ବଦଳାଇ ଦିଆଯାଉଛି ।

ବିଭିନ୍ନ ପ୍ରସଙ୍ଗକୁ ଉପସ୍ଥାପିତ କରିବା ପାଇଁ ଆମର ମୁଦ୍ରା ଥିବା ବେଳେ ନୃତ୍ୟଗୁରୁମାନେ ଅଯାଚିତ ଭାବେ ପ୍ରପ୍ପର (ଫୁ୍ୟଜନ) ବ୍ୟବହାର କରୁଛନ୍ତି ।

ଏସବୁ ବ୍ୟତିକ୍ରମ ଦେଖି ମନରେ ପ୍ରଶ୍ନ ଆସୁଛି ଓଡ଼ିଶୀ ନୃତ୍ୟ ଯଦି ଓଡିଶାର ବୋଲି ଜଣାନପଡିବ ତା ହେଲେ ଲାଭ କ’ଣ? ଓଡ଼ିଶୀ ନିଶ୍ଚିତ ଭାବେ ଓଡ଼ିଆ ଭଳି ଲାଗିବା ଦରକାର ।

ଏ ବାବଦରେ ବିଶିଷ୍ଟ ନୃତ୍ୟ ସମୀକ୍ଷକ ଶ୍ୟାମହରି ଚକ୍ର କହନ୍ତି ପରିବର୍ତ୍ତନ ଅବିଶ୍ୟମ୍ଭାବୀ ପରିବର୍ତ୍ତନକୁ ଗ୍ରହଣ ନ କଲେ ଆମେ ବଞ୍ଚିିପାରିବା ନାହିଁ ।

ହେଲେ ସ୍ୱାଧୀନତା ନାଁରେ ସ୍ୱେଚ୍ଛାଚାରିତାକୁ ପ୍ରଶ୍ରୟ ଦେବା ଆଦୌ ଉଚିତ ନୁହଁ । ପରିବର୍ତ୍ତନ ଜରୁରି । ହେଲେ ଓଡ଼ିଶୀରେ ଏ ପରିବର୍ତ୍ତନ ଏତେ ଦ୍ରୁତ ଗତିରେ ହେବା ଚିନ୍ତାର ବିଷୟ ।

କଳାକାରର ସ୍ୱାଧୀନତା ରହିଛି । ହେଲେ ଏହାର ଅର୍ଥ ନୁହେଁ ଜଣେ କଳାକାର ଯାହା ଚାହିଁବ ତାହା କରିବ । ଓଡ଼ିଶୀ ଏବେ ଆଉ ଓଡ଼ିଶାର ସମ୍ପତ୍ତି ନୁହେଁ ।

ଏହା ସମସ୍ତଙ୍କର । ସମସ୍ତେ ଏହାକୁ ଆପଣେଇଛନ୍ତି । ତେବେ ଦୀର୍ଘଦିନର ଅନୁଭୂତିରୁ ଏତିକି କହିବି ଜାପାନ ଓ ଋଷୀୟ ନୃତ୍ୟଶିଳ୍ପୀମାନେ ନିଜ ନୃତ୍ୟ ଭଙ୍ଗୀରେ କୌଣସି ପରିବର୍ତ୍ତନ ଆଣି ନାହାନ୍ତି ।

ଓଡ଼ିଶୀକୁ ଭିନ୍ନ ଭାବେ ପ୍ରଦର୍ଶନ କରିବା ଭାରତ ବାହାରର ନୃତ୍ୟଶିଳ୍ପୀଙ୍କଠାରୁ ଗ୍ରହଣୀୟ । କିନ୍ତୁ ଓଡ଼ିଶାର ନୃତ୍ୟଶିଳ୍ପୀଙ୍କଠାରୁ ଏ ପରିବର୍ତ୍ତନ ଆଦୌ ସ୍ପୃହଣୀୟ ନୁହେଁ ।

ଏ ବାବଦରେ କିନ୍ତୁ ଭିନ୍ନ ମତ ରଖନ୍ତି ପଦ୍ମଶ୍ରୀ ଗୁରୁ ଅରୁଣା ମହାନ୍ତି । ତାଙ୍କ କହିବା କଥା ସମୟ ସହ ତାଳ ଦେଇ ଓଡ଼ିଶୀ ନୃତ୍ୟ ବିଭିନ୍ନ ପର୍ଯ୍ୟାୟ ଦେଇ ଯାଇଛି ।

ଓଡ଼ିଶୀ ନୃତ୍ୟର ଯେଉଁ ଆଦିରୂପ ଆମ ମନ୍ଦିର ଗାତ୍ରରେ ଅଛି ସେସବୁରେ ବହୁତ ପରିବର୍ତ୍ତନ ଆସିଛି । ଏବେ ଆମେ ଯେଉଁ ଓଡ଼ିଶୀ ନୃତ୍ୟ ଦେଖୁଛେ ସେଥିରେ ଲୋକନୃତ୍ୟର ପରମ୍ପରାର ଝଲକ ଦେଖିବାକୁ ମିଳେ ।

ମାହାରୀ, ଗୋଟିପୁଅ, ଛଉ, ସାହିଯାତ୍ରା ଗୀତିନାଟ୍ୟ, ପ୍ରହ୍ଲାଦ ନାଟକ, ଘଣ୍ଟ, ମୃଦଙ୍ଗ, ପାଲା ଆଦିର କିଛି ଅନନ୍ୟ ବିଭବକୁ ଆମ ନୃତ୍ୟଗୁରୁମାନେ ଓଡ଼ିଶୀରେ ବ୍ୟବହାର କରିବା ଆରମ୍ଭ କରିଛନ୍ତି ।

ତେଣୁ ଓଡ଼ିଶୀ ନୃତ୍ୟ ଏକ ବିବର୍ତ୍ତନ ଦେଇ ଗତି କରୁଛି । ଅତୀତରେ ଗୁରୁମାନେ ଯେଉଁଭଳି ଭାବେ ନୃତ୍ୟରେ ଶାସ୍ତ୍ରୀୟ ଧାରା, ସମସାମୟିକ ସାମାଜିକ ଦୃଶ୍ୟପଟ୍ଟ ଏବଂ ସୌନ୍ଦର୍ଯ୍ୟବୋଧକୁ ବିବେଚନା କରି ଓଡିଶୀ ନୃତ୍ୟକୁ ପରିମାର୍ଜିତ କରିଛନ୍ତି ଏବେର ଗୁରୁମାନେ ମଧ୍ୟ ସେଇ ଆଧାରରେ ନୃତ୍ୟ ପ୍ରସ୍ତୁତ କରିବା ଦରକାର ।

ମାତ୍ର ଏହି ପରିବର୍ତ୍ତନ କୌଣସି ପ୍ରକାରେ ଓଡ଼ିଶୀର ବ୍ୟାକରଣ ଓ ମୂଳ ବୈଶିଷ୍ଟ୍ୟକୁ କ୍ଷୁଣ୍ଣ କରିବା ଭଳି ହେବା ଉଚିତ ନୁହେଁ ।

ଏ ବାବଦରେ ସୃଜନର ନିଦେ୍ର୍ଦଶକ ଗୁରୁ ରତିକାନ୍ତ ମହାପାତ୍ର କହନ୍ତି ଓଡ଼ିଶୀ ଏକ ଶାସ୍ତ୍ରୀୟ ନୃତ୍ୟ । ଇଂରାଜୀ ଗୀତ ସହ ଏଥିରେ ଫୁ୍ୟଜନ ହେବା ଆଦୌ ଗ୍ରହଣୀୟ ନୁହେଁ ।

ଓଡ଼ିଶୀକୁ ଭିନ୍ନ ଢଙ୍ଗରେ ଆବିଷ୍କାର କରିବା ପାଇଁ ଅନେକ ରାସ୍ତା ଅଛି । ଓଡ଼ିଶୀକୁ ବିଶ୍ୱବିଦିତ କରିବା ପାଇଁ ବିକୃତିକୁ ଆପଣେଇବା ଠିକ୍ ନୁହେଁ ।

ଏତେ ସବୁ ପରିବର୍ତ୍ତନ ବା ବିବର୍ତ୍ତନ ମନକୁ ଆନେ୍ଦାଳିତ କରିବା ସ୍ୱାଭାବିକ । ତେବେ ଗୋଟିଏ କଥା ସ୍ପଷ୍ଟ ଯେ ଯେତେ ଆଧୁନିକତାର ଦ୍ୱାହି ଦେଲେ ମଧ୍ୟ ଇତିହାସ ସବୁବେଳେ ଭବିଷ୍ୟତର ମାର୍ଗଦର୍ଶକ ।

ଗୁରୁ କେଳୁଚରଣ ମହାପାତ୍ରଙ୍କ କାଳଜୟୀ ସୃଷ୍ଟି ଆଗରେ ଓଡ଼ିଶୀର ଏ ବଦଳୁଥିବା ପରିପାଟୀ ଓ ବଦଳୁଥିବା ଚିନ୍ତାଧାରା ଯଦିଓ ଆଖିକୁ ଆଶ୍ୱସ୍ତ କରୁଛି ଓ ଚିତ୍ତକୁ ମନୋରଞ୍ଜନ କରୁଛି ହେଲେ ବାସ୍ତବିକ ଏହା ମନକୁ ନିଶ୍ଚିତ ଭାବେ ଆନେ୍ଦାଳିତ କରେ ।

ଏଠାରେ ପ୍ରଶ୍ନ ଉଠେ ସତରେ କ’ଣ ଓଡ଼ିଶୀରେ ଏ ପରିବର୍ତ୍ତନର ଆବଶ୍ୟକତା ଅଛି?

ଏ ବାବଦରେ ଏକ ସାକ୍ଷାତକାରରେ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ରଙ୍କ ଦିପଦ କଥା ଆପଣଙ୍କ ଭାରାକ୍ରାନ୍ତ ମସ୍ତିଷ୍କକୁ ଆଶ୍ୱସ୍ତ କରିବ ନିଶ୍ଚିତ ।

ଓଡ଼ିଶାର ଆଗଧାଡ଼ିର ନୃତ୍ୟଗୁରୁମାନେ ନୃତ୍ୟରେ ପରିବର୍ତ୍ତନ ଆଣି ପ୍ରଶଂସା ସାଉଁଟୁଥିବା ବେଳେ ସୁଜାତା ମହାପାତ୍ର କାହିଁକି ଗୋଟିଏ ବା ଦୁଇଟି ନୃତ୍ୟକୁ ସାରା ବିଶ୍ୱର ଯେକୌଣସି ମଞ୍ଚରେ ମଞ୍ଚସ୍ଥ କରୁଛନ୍ତି?

ଏମିତି ଏକ ପ୍ରଶ୍ନର ଉତ୍ତରରେ ସୁଜାତା ମହାପାତ୍ର କହନ୍ତି ସୂର୍ଯ୍ୟ-ଚନ୍ଦ୍ର ସବୁବେଳେ ଏ ପୃଥିବୀରେ ଆତଯାତ ହେଉଛନ୍ତି । ମୃତୁ୍ୟ ଭଳି ସେମାନେ ମଧ୍ୟ ସଂସାରର ଚିରନ୍ତନ ସତ୍ୟ ।

ସକାଳେ ଓ ସବୁଦିନ ଆମେ ଏମାନଙ୍କୁ ଦେଖୁ । ହେଲେ କେବେ ବୋର୍ ହେଉନୁ । ଗୁରୁ କେଳୁଚରଣଙ୍କ ସୃଷ୍ଟି ବି ସେମିତି ଅନନ୍ୟ ।

ଅର୍ଦ୍ଧନାରୀଶ୍ୱର, କେତେ ଛନ୍ଦ ଜାଣ ଲୋ ସରୀ…ଏଭଳି ଦୁଇଟି ପୁରାତନ ସୃଷ୍ଟି ଯେଉଁଠି ନୃତ୍ୟ ପରିବେଷଣ ପୂର୍ବରୁ ମୋତେ ଦର୍ଶକଙ୍କ କରତାଳି ମିଳେ ।

ପୃଥିବୀ ବଦଳୁଛି । ନୃତ୍ୟ ବି ବଦଳୁଛି । ହେଲେ ପରିବର୍ତ୍ତନ ପାଇଁ ପରିବର୍ତ୍ତନର ଆବଶ୍ୟକତା ନାହିଁ ।

ଓଡ଼ିଶୀ ନୃତ୍ୟର ବଦଳୁଥିବା ଏହି ଧାରା ସମ୍ପର୍କରେ କଳା ସମୀକ୍ଷକ କପିଳାସ ଭୂୟାଁ କହନ୍ତି ଓଡ଼ିଶା ମାଟିର ସୀମା ସରହଦ ହେଉଁ ଯଦି ଓଡ଼ିଶୀ ଆଜି ବିଶ୍ୱ ଦରବାରରେ ପହଞ୍ଚି ପାରିଛି ତେବେ ତାହା କେବଳ ଗୁରୁ କେଳୁଚରଣ ମହାପାତ୍ରଙ୍କ ଏକକ ଯୋଗଦାନ ଯୋଗୁଁ ସମ୍ଭବ ହୋଇ ପାରିଛି ।

କିନ୍ତୁ ଗୋଟିଏ କଥା ସତ ଯେ ନୃତ୍ୟ ପରିବେଷଣକୁ ଆଧାର କରି ଯେଉଁ ଓଡ଼ିଶୀ ନୃତ୍ୟ ସୃଷ୍ଟି ହେଲା, ପରବର୍ତ୍ତୀ ସମୟରେ ତାହାକୁ ମନୋରଞ୍ଜନ ଧର୍ମୀ କରିବା ପାଇଁ ବିଦେଶୀ ନୃତ୍ୟ ଢାଞ୍ଚାରେ କୋରିଓଗ୍ରାଫି କରାଗଲା ।

ତେବେ ଏହା କେତେ ଯୁକ୍ତିଯୁକ୍ତ ତାହା ବିବାଦୀୟ ପ୍ରସଙ୍ଗ ।
ଏ ବାବଦରେ ନୃତ୍ୟଶିଳ୍ପୀ ଶ୍ରୀ ନିବାସ ଘଟୁଆରୀ କହନ୍ତି ନୃତ୍ୟ ଏମିତି ଏକ ମାଧ୍ୟମ ଯାହାକି ଆତ୍ମିକ ।

ଆତ୍ମାରୁ ଉଦ୍ରେକ ହେଉଥିବା ଭାବ ହିଁ କେବଳ ଆତ୍ମାକୁ ଛୁଇଁପାରେ । ମାତ୍ର ଆଜିର ନୃତ୍ୟଗୁରୁ ଓ ନୃତ୍ୟଶିଳ୍ପୀମାନେ ଓଡ଼ିଶୀର ବ୍ୟାପକତାକୁ ସ୍ପଷ୍ଟ କରିବାକୁ ଯାଇ ବାହି୍ୟକ ରୂପକୁ ବେଶ ପ୍ରାଧାନ୍ୟ ଦେଉଛନ୍ତି ।

ନୃତ୍ୟ କଲାବେଳେ ଆତ୍ମିକ ଆନନ୍ଦ ନଥିଲେ ତାହା ଦର୍ଶକଙ୍କ ଆତ୍ମାକୁ ଛୁଇଁପାରେ ନାହିଁ । ଏକଥା କାଳକ୍ରମେ ନୃତ୍ୟଶିଳ୍ପୀମାନେ ଭୁଲିଗଲା ପରି ମନେହୁଏ ।

ଲୋକାଲ ୱାୟାର

Filed Under: Odia, Special, ବିଶେଷ Tagged With: Special, ଓଡିଶା, ବିଶେଷ

Download LocalWire App for Hyperlocal  Odisha News any time anywhere

 

 

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire