ଭୁବନେଶ୍ୱର, ଅକ୍ଟୋବର ୨୦ (ଲୋକାଲ ୱାୟାର) : ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଫପି)କୁ ୨୦୨୦ର ନୋବେଲ ଶାନ୍ତି ପରସ୍କାର ପାଇଁ ମନୋନୀତ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମର ପରମର୍ଶଦାତା ପରିଷଦର ସଦସ୍ୟ ଭାବେ କାମ କରିଛନ୍ତି ରାଉରକେଲା ଏନଆଇଟିର ଛାତ୍ର ପ୍ରଣବ ଖୈତାନ ।
ସେ ଏଥିରେ କୃତିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଟେକ୍ନୋଲୋଜି ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଛନ୍ତି ।
ରାଉରକେଲା ଏନ୍ଆଇଟିରୁ ୨୦୦୯ରେ କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂରେ ବିଟେକ୍ କରିଥିବା ପ୍ରଣବ ଆମେରିକାର ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରୁ ମାଷ୍ଟର୍ସ ଡିଗ୍ରୀ ହାସଲ କରିଥିଲେ ।
ଏବେ ଗୁଗ୍ଲରେ ସିନିୟର ଇଞ୍ଜିନିୟରିଂ ଲିଡ୍ ଭାବେ ପ୍ରଣବ କାର୍ଯ୍ୟ କରୁଛନ୍ତି ।
ନୋବେଲ ଶାନ୍ତି ପୁରସ୍କାର ଘୋଷଣା ହେବା ପରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ ପ୍ରଣବଙ୍କୁ ଧନ୍ୟବାଦ ଜଣାଯାଇଥିଲା । ଏହାସହ ତାଙ୍କ ଅବଦାନକୁ ପ୍ରଶଂସା କରାଯାଇଛି ।
ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିବା ସହ ଲକ୍ଷଲକ୍ଷ ଲୋକଙ୍କୁ ଅନାହାର କବଳରୁ ଉଦ୍ଧାର କରିଆସୁଛି ।
ପ୍ରଣବଙ୍କ ନେତୃତ୍ୱରେ ଗୁଗ୍ଲ ଗବେଷକ ଦଳ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାର କରିବା ସହ ଏଥିରେ ଭାଗୀଦାର ଅଛନ୍ତି ।
ଦୁଇ ବର୍ଷ ତଳେ ଡବ୍ଲୁଏଫ୍ପି ଓ ଗୁଗୁଲ ମଧ୍ୟରେ ପାର୍ଟନରସିପରେ ଏହି କାମ ଆରମ୍ଭ ହୋଇଥିଲା ।
ଲୋକାଲ ୱାୟାର
Leave a Reply