ଭୁବନେଶ୍ଵର, ଅଗଷ୍ଟ ୨୦(ଲୋକାଲ ୱାୟାର) ଆସନ୍ତା ମାସରେ ନୟାଗଡ ଜିଲ୍ଲାଜଜଙ୍କ କାର୍ଯ୍ୟାଳୟରେ ଷ୍ଟେନୋଗ୍ରାଫର, କ୍ଳର୍କ ତଥା ଟାଇପିଷ୍ଟ ଇତ୍ୟାଦି ତିନିଗୋଟି ପଦରେ ୧୭ଟି ନିଯୁକ୍ତି ହେବ ।

ଷ୍ଟେନୋଗ୍ରାଫର ନିମନ୍ତେ ଦୁଇଟି ନିଯୁକ୍ତି , ଜୁନିୟର କ୍ଳର୍କ ନିମନ୍ତେ ୧୨ଟି ନିଯୁକ୍ତି ଓ ଜୁନିୟର ଟାଇପିଷ୍ଟ ନିମନ୍ତେ ତିନୋଟି ନିଯୁକ୍ତିକୁ ମିଶାଇ ସମୁଦାୟ ୧୭ଟି ନିଯୁକ୍ତି ହେବ ।

ଏହି ସବୁ ପଦ ନିମନ୍ତେ ଆବେଦନକାରୀ ପ୍ରାର୍ଥୀମାନଙ୍କୁ ଉଭୟ ଲିଖିତ ,ମୌଖିକ ଓ ଟାଇପ ପ୍ରାକ୍ଟିକାଲ ପରୀକ୍ଷା ଦେବାପାଇଁ ପଡିବ ।

ଏଥିପାଇଁ ପ୍ରାର୍ଥୀମାନେ ଆସନ୍ତା ସେପ୍ଟେମ୍ବର ୫ ତାରିଖ ମଧ୍ୟରେ ଆବେଦନ କରିବାକୁ ଜିଲ୍ଲାକୋର୍ଟଙ୍କ ଦ୍ଵାରା ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି ।

ପ୍ରକାଶ ପାଇଥିବା ତିନୋଟି ପଦବୀ ପାଇଁ ଇଚ୍ଛୁକ ଆବେଦନକାରୀ କୌଣସି ଏକ କଲେଜରୁ ଯୁକ୍ତଦୁଇ ପରୀକ୍ଷାରେ ପାସ କରିଥିବା ଆବଶ୍ୟକ । ଆବେଦନକାରୀ ପ୍ରାର୍ଥୀଙ୍କ ବୟସ ସୀମା ୧୮ବର୍ଷରୁ ଅଧିକ ଓ ୩୨ ବର୍ଷରୁ କମ ହୋଇଥିବା ଆବଶ୍ୟକ ବୋଲି ନିଯୁକ୍ତି ସମ୍ପର୍କିତ ବିଜ୍ଞପ୍ତି ସର୍ତ୍ତାବଳୀରେ ଉଲ୍ଲେଖ ରହିଛି ।

ପ୍ରାର୍ଥୀମାନେ ଏ ବିଷୟରେ ସବିଶେଷ ବିବରଣୀ http://www.nayagarh.nic.in ୱେବସାଇଟରେ ପାଇପାରିବେ ।

ଲୋକାଲ ୱାୟାର