ବ୍ରହ୍ମପୁର, ଡିସେମ୍ବର ୧୩ (ଲୋକାଲ ୱାୟାର): ପୁଲିସ ଓ ଚାଇଲଡ ଲାଇନ କର୍ମକର୍ତାମାନେ ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ଧବଳେଶ୍ୱର ମନ୍ଦିରରେ ପହଁଚି ଆଉ ଏକ ବାଲ୍ୟ ବିବାହ ଉଦ୍ୟମ ପଣ୍ଡ କରିଛନ୍ତି ।
ନାବାଳିକାକୁ ଉଦ୍ଧାର କରି ଜିଲ୍ଲା ଶିଶୁ କଲ୍ୟାଣ କମିଟି ନିକଟରେ ହାଜର କରିଥିଲେ ।
କମିଟିର ନିର୍ଦ୍ଦେଶ କ୍ରମେ ନାବାଳିକାକୁ ଆଶ୍ରୟ ଗୃହରେ ରଖାଯାଇଛି ।
ଗତ ସେପ୍ଟେମ୍ବରରେ ନାବାଳିକାର ବିବାହ ହେଉଥିବା ଖବର ପାଇଁ ଜିଲ୍ଲା ପ୍ରଶାସନ ବିବାହ ରୋକିଥିଲା ।
୧୮ ବର୍ଷ ନହେବା ଯାଏଁ ନାବାଳିକାକୁ ବାହା ନକରାଇବାକୁ ଲିଖିତ ପ୍ରତିଶ୍ରୁତି ସତ୍ତ୍ୱେ ଅଭିଭାବକମାନେ ପୁଣି ଝିଅକୁ ବାହା ଦେବାକୁ ଉଦ୍ୟମ କରୁଥିଲେ ।
ଅଜଣା ବ୍ୟକ୍ତିଙ୍କ ଠାରୁ ଟୋଲ ଫ୍ରି ନମ୍ବର (୧୦୯୭)ରେ ଏହି ଖବର ପାଇଁ ପୁଲିସ ସହ ମନ୍ଦିରରେ ପହଁଚି ବିବାହ ପଣ୍ଡ କରିଥିଲୁ ବୋଲି ଜିଲ୍ଲା ସଂଯୋଜକ ସାଇ ପ୍ରସାଦ ସାମଲ କହିଛନ୍ତି ।
ଲୋକାଲ ୱାୟାର
Leave a Reply