ଭୁବନେଶ୍ୱର, ନଭେମ୍ବର ୧୬(ଲୋକାଲ ୱାୟାର): ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ବଲାଙ୍ଗୀର ଗସ୍ତ ଅବସରରେ ପଥରଚେପାସ୍ଥିତ ଓଡ଼ିଶା ମଡେଲ ସ୍କୁଲର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କରିଛନ୍ତି ।
ଭାରତର ପଞ୍ଚମ ଶ୍ରେଷ୍ଠ ସରକାରୀ ଆବାସିକ ସ୍କୁଲ ବର୍ଗରେ ସ୍ଥାନିତ ହୋଇ ଏହି ସ୍କୁଲ ରାଜ୍ୟ ପାଇଁ ଗୌରବର ବିଷୟ ପାଲଟିଛି ।
ଶ୍ରୀମତୀ ମିଶ୍ର ସ୍କୁଲର ଅଧ୍ୟକ୍ଷ ଓ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧତ କରିବାକୁ ଭୁଲି ନଥିଲେ ।
ସ୍କୁଲର ପ୍ରିନ୍ସିପାଲ କ୍ଷମାନିଧି ଜାଙ୍କର ଓ ଦଶମ ଶ୍ରେଣୀ ପରୀକ୍ଷାରେ ରାଜ୍ୟସ୍ତରୀୟ ମଡେଲ ସ୍କୁଲ ଟପ୍ପର୍ ସଂସ୍କୃତି ଖମାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ଏହି ଅବସରରେ ଶ୍ରୀମତୀ ମିଶ୍ର କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଡ୍ରିମ୍ ପ୍ରୋଜେକ୍ଟ ଓଡ଼ିଶା ଆଦର୍ଶ ବିପ୍ୟାଳୟ ପ୍ରୋଜେକ୍ଟ ସର୍ବଭାରତୀୟସ୍ତରରେ ସଫଳତା ହାସଲ କରିଛି ।
ସେଥିରୁ ବଲାଙ୍ଗୀର ଜିଲ୍ଲାର ଏହି ସ୍କୁଲ ଅନ୍ୟତମ ।
ସ୍କୁଲର ଏହି ସଫଳତା ନିଶ୍ଚିତ ଭାବରେ ମନୋବଳ ଦୃଢ଼ କରିବ ।
ଓଡ଼ିଶାରେ ଉନ୍ନତମାନର ଶିକ୍ଷା ଭିତ୍ତିଭୂମି ବିକାଶର ସଦୁପଯୋଗ କରି ସର୍ବଭାରତୀୟ ସ୍ତରରେ ଓଡ଼ିଶା ପାଇଁ ଅଧିକ ସଫଳତା ହାସଲ ନିମନ୍ତେ ଅନ୍ୟମାନଙ୍କ ଲାଗି ପ୍ରେରଣାଦାୟୀ ହେବ ।
ଲୋକାଲ ୱାୟାର
Leave a Reply