ଭୁବନେଶ୍ୱର, ମାର୍ଚ୍ଚ ୮(ଲୋକାଲ ୱାୟାର): ଉତ୍କଳ ବିପନ୍ନ ସହାୟତା ସମିତି ପକ୍ଷରୁ ବାର୍ଷିକ ଉତ୍ସବ ଏବଂ ଉତ୍କଳମଣି ସେବା ସମ୍ମାନ ସମାରୋହ-୨୦୨୦ ମଞ୍ଚେଶ୍ୱରରେ ଥିବା ସମିତିର ସେବା ପରିସର ମଧ୍ୟରେ ଆସନ୍ତା ୮ତାରିଖ ସନ୍ଧ୍ୟା ୫ଟାରେ ଅନୁଷ୍ଠିତ ହେବ ।
ଏହି ଅବସରରେ ବିଶିଷ୍ଟ ସମାଜସେବୀ, ଗାନ୍ଧିବାଦୀ ତଥା ଓଡ଼ିଶା ମଦ ବିରୋଧୀ ଆନ୍ଦୋଳନର ସଭାପତି ଓ ପ୍ରାକ୍ତନ ବିଧାନସଭା ସଭ୍ୟ ୯୫ବର୍ଷୀୟ ପଦ୍ମଚରଣ ନାୟକଙ୍କୁ ଉତ୍କଳମଣି ସେବା ସମ୍ମାନରେ ସମ୍ମାନିତ କରାଯିବ ।
ତାଙ୍କୁ ପୁରସ୍କାର ସ୍ୱରୂପ ୧୦ହଜାର ଟଙ୍କା ପ୍ରଦାନ କରାଯିବ ।
ଆସନ୍ତା ବର୍ଷଠୁ ରାଜ୍ୟସ୍ତରରୁ ଜଣେ ଏବଂ ଜାତୀୟସ୍ତରରୁ ଏକ ଅନୁଷ୍ଠାନ କିମ୍ବା ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।
ସମିତି ସଭାପତି ଅଭୟ କୁମାର ସାମନ୍ତରାୟ କହିଛନ୍ତି, ଚଳିତ ବର୍ଷ ଏହି ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି, ସାପ୍ତାହିକ ଓଡ଼ିଆ ପତ୍ରିକା ରାଷ୍ଟ୍ରଦୀପର ପ୍ରାକ୍ତନ ସମ୍ପାଦକ ଜଗବନ୍ଧୁ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେବେ ।
ଲୋକାଲ ୱାୟାର
Leave a Reply