ଭୁବନେଶ୍ୱର, ଜୁଲାଇ ୮(ଲୋକାଲ ୱାୟାର): ଭର୍ଚୁଆଲରେ ଅନୁଷ୍ଠିତ ହୋଇଥିବା ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନଙ୍କ ସମ୍ମିଳନୀରେ ଆଜି ଯୋଗ ଦେଇ ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ପରିବର୍ତ୍ତନର ବାର୍ତ୍ତାବହ ହେବାକୁ ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଛନ୍ତି ।

ସେ କହିଛନ୍ତି, କରୋନା ମହାମାରୀର ଭୟାବହତା ସତ୍ତ୍ୱେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀମାନେ ନିଜ ଦାୟିତ୍ୱ ସୁଚାର ରୂପେ ତୁଲାଇ ଆସିଛନ୍ତି ।

ଲକ୍ଡାଉନ୍, ସଟ୍ ଡାଉନ୍, କଣ୍ଟେନମେଣ୍ଟ ଜୋନ ଘୋଷଣା, ବାହାରୁ ଆସିଥିବା ଶ୍ରମଜୀବୀମାନଙ୍କ ଯିବା ଆସିବା, କରୋନା ଟିକାକରଣରେ ସୂଚନା ପ୍ରଦାନ ଦିଗରେ ମୁଖ୍ୟ ଭୂମିକା ନେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ ଓ ୫-ଟି ମନ୍ତ୍ରକୁ ଜିଲ୍ଲା ଉପଖଣ୍ଡ ସ୍ତରରେ କାର୍ଯ୍ୟକାରୀ କରିବାକୁ ସେ ଆହ୍ୱାନ ଦେଇଥିଲେ ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ତଥା ସୂଚନା ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଥିଲେ, ବର୍ତ୍ତମାନ ସମୟରେ ତୁରନ୍ତ ଗଣମାଧ୍ୟମକୁ ଖବର ତଥା ସୂଚନା ପ୍ରସାର ଦିଗରେ ସୋସିଆଲ ମିଡିଆର ଅବଦାନ ଅଧିକ ।

ଜିଲ୍ଲାସ୍ତରରେ ପ୍ରଶାସନର ସଫଳତା, ବିଭିନ୍ନ ଯୋଜନାର ସଫଳ ରୂପାୟନ ଓ ଜୀବନ ଜୀବିକାର ଉକ୍ରର୍ଷ ଆଦି ଟିକିନିଖି ସଫଳତାର କାହାଣୀ ବିଭିନ୍ନ ଗଣମାଧ୍ୟମରେ ସ୍ଥାନିତ ହେବା ଦିଗରେ ସେମାନେ ସୋସିଆଲ ମିଡିଆରେ ଉପଯୋଗ କରିବା ଆବଶ୍ୟକ ।

ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିଦେ୍ର୍ଦଶକ ଇନ୍ଦ୍ରମଣି ତ୍ରିପାଠୀ, ବୈଷୟିକ ନିଦେ୍ର୍ଦଶକ ନିରଞ୍ଜନ ସେଠୀ, ଅତିରିକ୍ତ ନିଦେ୍ର୍ଦଶକ ଡ.ପ୍ରମୋଦ କୁମାର ମଲ୍ଲିକ, ଯୁଗ୍ମ ନିଦେ୍ର୍ଦଶକ ସୁରେନ୍ଦ୍ର କୁମାର ପରିଡ଼ା, ଉପନିଦେ୍ର୍ଦଶକ ରଞ୍ଜନ ଖୁଣ୍ଟିଆ, ଉପନିଦେ୍ର୍ଦଶକ ସନ୍ତୋଷ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଲୋକାଲ ୱାୟାର