ଭୁବନେଶ୍ୱର, ଡିସେମ୍ବର ୨୦(ଲୋକାଲ ୱାୟାର): ଓଡ଼ିଶା ମିଠୁନ୍ ପ୍ରଡକ୍ସନର ବ୍ୟାନରରେ ଅଭିନେତା ମିଟୁ ମିଥୁନ ନିର୍ମାଣ କରିବାକୁ ଯାଉଛନ୍ତି ସିନେମା ‘ପରୀ-ଦି ହିଡେନ୍ ଟ୍ରୁଥ୍’ ।
ବର୍ତ୍ତମାନ ନୟାଗଡ଼ର କୁନି ଝିଅ ପରୀ ହତ୍ୟାକଣ୍ଡକୁ ନେଇ ପୂରା ଓଡ଼ିଶା ଉଠୁଛି ପଡ଼ୁଛି ।
ସେହି ସମୟରେ ସେହିଭଳି ଏକ ଶୀର୍ଷକକୁ ନେଇ ଏକ ସିନେମା ନିର୍ମାଣ କରିବାକୁ ଯାଉଛନ୍ତି ଏହି ଅଭିନେତା ।
ଏହାର ପୋଷ୍ଟର୍ ସୋସିଆଲ୍ ମିଡିଆରେ ରିଲିଜ୍ ହୋଇଛି । ରବିବାର ମହାପ୍ରଭୁ ଲିଙ୍ଗରାଜଙ୍କ ସାମ୍ନାରେ ମହୁରତ ଅନୁଷ୍ଠିତ ହେବ ।
କିନ୍ତୁ ପୋଷ୍ଟରରେ ଥିବା ଶୀର୍ଷକ ଓ ତା’ର ଟ୍ୟାଗ୍ ଲାଇନ୍ ଏବଂ ସେଥିରେ ଏକ କୁନି ଝିଅର ଫଟୋ ।
ସେଥରୁ ଲାଗୁଛି କାହାଣୀଟି ପରୀ ଉପରେ ହୋଇଥିବ । କିନ୍ତୁ ସିନେମାର ମହୁରତ୍ ପରେ ଜଣାପଡ଼ିବ ସିନେମାଟିର ବିଷୟବସ୍ତୁ କାହା ଉପରେ ଆଧାରିତ ରହିଛି । ଏହି ଘଟଣା ମିଟୁ ମିଥୁନଙ୍କ ପାଇଁ ନୂଆ ନୁହେଁ ।
ଏହା ପୂର୍ବରୁ ସେ ବାବା ସାରଥୀଙ୍କୁ ନେଇ ପ୍ରସ୍ତୁତ କରିଥିଲେ ସିନେମା ‘ବାଜି ବାଜି ବାବାଜୀ’ । ସେଥିରେ ସେ ନିଜେ ସାରଥୀ ବନିଥିଲେ ।
ଏଥିସହିତ ସେ କିଛି ସିନେମା ଏବଂ ମୁ୍ୟଜିକ୍ ଭିଡିଓ ଓ ଭଜନ ଆଲବମରେ ଅଭିନୟ କରିଛନ୍ତି ।
ଲୋକାଲ ୱାୟାର
Leave a Reply