ନୟାଗଡ଼, ଡିସେମ୍ବର ୩(ଲୋକାଲ ୱାୟାର): ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଏସସିପିସିଆର୍) ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଗୁରୁବାର ନୟାଗଡ଼ ଜିଲ୍ଲାର ଯଦୁପୁର ଗ୍ରାମକୁ ଯାଇ ପରୀ ହତ୍ୟାକାଣ୍ଡ ଘଟଣା ନେଇ ପଚରାଉଚୁରା କରିଛନ୍ତି ।
ପରୀର ମୃତଦେହ ଯେଉଁଠାରୁ ମିଳିଥିଲା ତାହା ସେ ବୁଲି ଦେଖିବା ସହ ଗ୍ରାମର ଅନେକ ଲୋକଙ୍କ ସହ କଥା ହୋଇଥିଲେ ।
ଏହାପରେ ସେ ଖଣ୍ଡପଡ଼ା ଥାନା ଅନ୍ତର୍ଗତ ଯୋଗିଆପଲ୍ଲୀ ଗ୍ରାମକୁ ଯାଇଥିଲେ । ସେଠାରେ ପରୀର ପିତାମାତା ଅଶୋକ କୁମାର ସାହୁ ଏବଂ ସୌଦାମିନୀଙ୍କୁ ଭେଟିଥିଲେ ।
ପରୀ ହତ୍ୟାକାଣ୍ଡ ଏକ ବଳି ଘଟଣା ହୋଇଥାଇପାରେ ବୋଲି ସେ ସନ୍ଦେହ ପ୍ରକାଶ କରିଥିଲେ ।
ଅପରପକ୍ଷରେ ଏସଆଇଟି(ସ୍ୱତନ୍ତ୍ର ତଦନ୍ତକାରୀ ଦଳ)ର ଘଟଣାର ତଦନ୍ତରେ ୪ ଜଣଙ୍କୁ ଜେରା କରିଥିବା ଜଣାପଡ଼ିଛି ।
ଲୋକାଲ ୱାୟାର
Leave a Reply