ଭୁବନେଶ୍ୱର, ଏପ୍ରିଲ ୨୫ (ଲୋକାଲ ୱାୟାର) : ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ଚିହ୍ନଟ କରିବା ପାଇଁ ରାଜ୍ୟ ସରକାର ଫୋନ ଟ୍ରାକିଂ ଆରମ୍ଭ କରିଥିବା ନେଇ ଟାଇମ୍ସ ଅଫ୍ ଇଣ୍ଡିଆରେ ଖବର ପ୍ରକାଶ ପାଇଛି ।
ମାର୍ଚ୍ଚ ୨୫ ପରେ ପଶ୍ଚିମବଙ୍ଗରୁ ଓଡ଼ିଶା ଚାଲିଆସିଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ସେମାନଙ୍କ ଫୋନ ଟ୍ରାକିଂ ଆରମ୍ଭ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ଫୋନ୍ ଟ୍ରାକିଂ କରି ୨୯୦୦ ଜଣଙ୍କୁ ଠାବ କରିଛନ୍ତି ।
ଏମାନଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରଖାଯିବ ।
ପଶ୍ଚିମବଙ୍ଗରୁ ଓଡ଼ିଶା ଆସିଥିବା ୩୩ ଜଣ କରୋନା ପିଜିଟିଭ ଚିହ୍ନଟ ହେବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି ।
ରାଜ୍ୟର କେବଳ ନୂଆପଡା ଜିଲ୍ଲାକୁ ଛାଡ଼ିଦେଲେ ଅନ୍ୟ ୨୯ ଜିଲ୍ଲାରେ ପଶ୍ଚିମବଙ୍ଗ ଫେରନ୍ତା ଥିବା ସରକାର କହିଛନ୍ତି ।
ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ମଧ୍ୟ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ପଶ୍ଚିମବଙ୍ଗ ଫେରାନ୍ତାଙ୍କୁ ଠାବ କରି ସେମାନଙ୍କ ନମୁନା ପରୀକ୍ଷା କରିବା ସହ ସଙ୍ଗରୋଧରେ ରଖିବାକୁ କହିଛନ୍ତି ।
ସରକାର ଏହାସହ ପଞ୍ଚାୟତ ପ୍ରତିନିଧିଙ୍କ ଠାରୁ ମଧ୍ୟ ତଥ୍ୟ ନେଉଛନ୍ତି ।
ଲୋକାଲ ୱାୟାର
Leave a Reply