ଭୁବନେଶ୍ୱର, ଜାନୁଆରୀ ୧୧ (ଲୋକାଲ ୱାୟାର): ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୋମବାର ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ନୂଆ ଅଧ୍ୟକ୍ଷ ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।
ଦାୟିତ୍ୱ ଗ୍ରହଣ କରିବା ପରେ ରାଜୀବ ଭବନରେ ଶ୍ରୀ ତ୍ରିପାଠୀ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଭିନ୍ନ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ଗତ ମେ ମାସରେ ତକ୍ରାଳୀନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାଷ ଚୌହାନଙ୍କ ପରଲୋକ ହେବା ପରଠାରୁ ଏହି ପଦବି ଖାଲିଥିଲା ।
ନିକଟରେ ଶ୍ରୀ ତ୍ରିପାଠୀ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେବା ପରେ ତାଙ୍କୁ ଏହି ପଦରେ ଅବସ୍ଥାପିତ କରାଯାଇଛି ।
ଲୋକାଲ ୱାୟାର
Leave a Reply